ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସଫଳ ହେଲା ବିଜେଡିର ଦାବି : କେନ୍ଦ୍ରୀୟ ବିଦ୍ୟାଳୟରେ ମାଗଣାରେ ପଢ଼ିବେ କୋଭିଡ ଅନାଥ

ନୂଆଦିଲ୍ଲୀ : ମହାମାରୀ କରୋନାରେ ଅନେକ ଶିଶୁ ଅନାଥ ହୋଇଯାଇଛନ୍ତି। ସେମାନଙ୍କର ଦେଖା ରଖା କରିବା ପାଇଁ କେହି ନାହାନ୍ତି। ଏଭଳି ଅନେକ ଅନାଥ ଶିଶୁଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତବର୍ଷ ଜୁନ୍‌ରୁ ମାଗଣା ଶିକ୍ଷା ବ୍ୟବସ୍ଥା କରିବା ସହ ବିଜୁ ଶିଶୁ ସୁରକ୍ଷା ଓ ଗ୍ରୀନ ପ୍ୟାସେଜ ଯୋଜନାରେ ଉଚ୍ଚଶିକ୍ଷା ସମେତ ବୈଷୟିକ ଶିକ୍ଷାର ବ୍ୟବସ୍ଥା କରିଥିଲେ  ତେବେ କେନ୍ଦ୍ର ସରକାର ଏହି ଅନାଥମାନଙ୍କ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟରେ ପଢିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ସେତେବେଳେ ଚିଠି ଲେଖି ଦାବି ରଖିଥିଲା ବିଜୁ ଜନତା ଦଳ। ଯାହା ଆଜି ସଫଳ ହୋଇଛି।

କରୋନାରେ ବାପା, ମା’ଙ୍କୁ ହରାଇ ଅସହାୟ ହୋଇ ପଡିଥିବା ଅନାଥ ଶିଶୁଙ୍କ ପାଇଁ ପାଠ ପଢିବାର ସୁଯୋଗ ସୃଷ୍ଟି କରିଛନ୍ତି ସରକାର । ଏଥିପାଇଁ ଶିକ୍ଷା ବ୍ୟବସ୍ଥାରେ ଲାଗୁ ହୋଇଛି ନୂଆ ନିୟମ । ଏଣିକି କେନ୍ଦ୍ରୀୟ ବିଦ୍ୟାଳୟରେ ମାଗଣାରେ ପଢ଼ିପାରିବେ କୋଭିଡ ଅନାଥ। ଏହି କୋଟାରେ ନାଁ ଲେଖାଇଥିବା ଛାତ୍ରଛାତ୍ରୀ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ମାଗଣାରେ ପଢ଼ିବେ। ଏମପି କୋଟାକୁ ଉଚ୍ଛେଦ କରି କୋଭିଡ ଅନାଥ ବ୍ୟବସ୍ଥା କେନ୍ଦ୍ରୀୟ ବିଦ୍ୟାଳୟ ତରଫରୁ ଲାଗୁ କରାଯାଇଛି । ନୂଆ ବ୍ୟବସ୍ଥା ଅନୁଯାୟୀ, ଏଣିକି ବର୍ଷକୁ  ୧୦ଜଣ କୋଭିଡ ଅନାଥଙ୍କୁ ପ୍ରତି କେନ୍ଦ୍ରୀୟ ବିଦ୍ୟାଳୟରେ ନାମ ଲେଖା ପାଇଁ ସୁଯୋଗ ଦିଆଯିବ । ଗୋଟିଏ କେଭିରେ ବର୍ଷକୁ ଗୋଟିଏ ଶ୍ରେଣୀରେ ୨ଜଣ ଆଡମିଶନ କରିପାରିବେ । କୋଭିଡ ଅନାଥ କୋଟାରେ ଆଡମିଶନ କରିଥିବା ପିଲାମାନେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ୟ୍ୟନ୍ତ ମାଗଣାରେ ପଢିପାରିବେ । ପିଲାମାନଙ୍କର କମ୍ପ୍ୟୁଟର ଫଣ୍ଡ, ଟ୍ୟୁସନ୍ ଫିସ୍ ସବୁକିଛି ଛାଡ କରାଯିବାକୁ ନିଷ୍ପତ୍ତି କରାଯାଇଛି ।କୋଭିଡ୍ ଅନାଥଙ୍କ ସଂପର୍କରେ ଜିଲ୍ଲା ପ୍ରଶାସନ ଦେଇଥିବା ତାଲିକା ଭିତ୍ତିରେ ପିଲାଙ୍କୁ ଏହି ସୁଯୋଗ ମିଳିବ ।

ସୂଚନାଯୋଗ୍ୟ କେନ୍ଦ୍ରୀୟ ବିଦ୍ୟାଳୟରୁ ଏମପି କୋଟା ଉଚ୍ଛେଦ ପାଇଁ ସଂସଦରେ ଗତ ଅଧିବେଶନରେ ପ୍ରସ୍ତାବ ଆଗତ ହୋଇଥିଲା । ପୂର୍ବରୁ ଲୋକସଭା ସାଂସଦମାନେ ନିଜ ନିର୍ବାଚନ ମଣ୍ଡଳୀର ସ୍କୁଲମାନଙ୍କରେ ୧୦ ଜଣ ପିଲାଙ୍କୁ ନାମ ଲେଖା ପାଇଁ ସୁପାରିଶ କରିପାରୁଥିଲେ । ସେହିପରି ରାଜ୍ୟସଭାର ସଦସ୍ୟମାନେ ନିର୍ବାଚନ ହୋଇଥିବା ରାଜ୍ୟର ୧୦ଜଣ ପିଲାଙ୍କ ଆଡମିଶନ ନେଇ ସୁପାରିଶ କରିପାରୁଥିଲେ । କେଭି ପକ୍ଷରୁ ସ୍ପନସରସିପ୍ ଏଜେନ୍ସି କୋଟା ଆଡମିସନ୍ ମଧ୍ୟ ଉଚ୍ଛେଦ କରାଯାଇଛି ।କେନ୍ଦ୍ରୀୟ ବିଦ୍ୟାଳୟର ମୋଟ ୭୫୦୦ଟି ସିଟରେ ସାଂସଦଙ୍କ କୋଟାରେ ନାମଲେଖା ଯିବାର ପ୍ରାବଧାନ ରହିଥିଲା । ହେଲେ ଏବେ ସେହି କୋଟାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରି ଦିଆଯାଇଛି। ଏହା ବଳଦରେ ନୂଆ ବ୍ୟବସ୍ଥା ଅନୁଯାୟୀ, କରୋନା ମହାମାରୀ ଯୋଗୁଁ ଅନାଥ ହୋଇଥିବା ଶିଶୁଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟରେ ନାଁ ଲେଖାଇବାକୁ ସୁଯୋଗ ଦେବାକୁ ନିଷ୍ପତ୍ତି ହୋଇଛି।

ଏଠାରେ ଉଲ୍ଲେଖଯୋଗ୍ୟ  ଗତବର୍ଷ କରୋନା ମହାମାରୀରେ ବାପା-ମାଙ୍କ ମୃତ୍ୟୁ ପରେ ଦେଶର ବହୁ ପିଲା ଅନାଥ ହୋଇଥିଲେ। ଯାହପରେ ଦେଶର ପ୍ରଥମ ରାଜନୈତିକ ଦଳ ଭାବେ ବିଜେଡି ଅନାଥ ଶିଶୁମାନଙ୍କ କଥା ଚିନ୍ତା କରି ଦେନ୍ଦ୍ର ସରକାରଙ୍କ ପାଖରେ ଏହି ଦାବି ଉଠାଇଥିଲା। କେବଳ ଓଡ଼ିଶା ନୁହେଁ, ଦେଶର କୌଣସି ବି ସ୍ଥାନରେ ଯଦି ଅନାଥ ଶିଶୁ କେନ୍ଦ୍ରୀୟ ବିଦ୍ୟାଳୟରେ ପଢିବାକୁ ଚାହୁଁଛନ୍ତି ତୁରନ୍ତ ସୁଯୋଗ ଦେବାକୁ ଗତବର୍ଷ ଜୁନ୍‌ରେ ଚିଠି ଲେଖିଥିଲେ ବିଜେଡି ସାଂସଦ ଅମର ପଟ୍ଟନାୟକ। ତଥ୍ୟ ଓ ତାଲିକାକୁ ଅପେକ୍ଷା ନ କରି ୱାକ-ଇନ ମାଧ୍ୟମରେ ଆଡମିଶନ ଦିଆଯିବା ଉପରେ ଦଳ ପକ୍ଷରୁ ଦାବି କରିଥିଲେ । ଏହାକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଇଚ୍ଛା ବୋଲି ଭାବିବାକୁ ପତ୍ରରେ ଉଲ୍ଲେଖ କରିଥିଲେ ସାଂସଦ ଅମର ପଟ୍ଟନାୟକ।

କେନ୍ଦ୍ରୀୟ ବିଦ୍ୟାଳୟରେ ସୁଲଭ ଦରରେ ଉତ୍ତମ ଶିକ୍ଷା ମିଳିଥାଏ। ଯେଉଁଥିପାଇଁ ଏହା ଅଭିବାବକଙ୍କ ପ୍ରଥମ ପସନ୍ଦ। ଆଡମିଶନ ପାଇଁ ଅନେକ ସର୍ତ୍ତାବଳୀ ଓ କୋଟା ବ୍ୟବସ୍ଥା ଥାଏ। ତେବେ ସେତେବେଳେ ନବୀନ ପଟ୍ଟନାୟକ ରାଜନୀତିଠାରୁ ଦୂରରେ ରହି ସାରା ଦେଶର ଚିନ୍ତା କରି ଅନାଥ ଶିଶୁଙ୍କ ପାଇଁ ଏହି କେନ୍ଦ୍ରୀୟ ବିଦ୍ୟାଳୟରେ ମାଗଣାରେ ପଢ଼ାଇବା ପାଇଁ କହିଥିଲେ ।

Leave A Reply

Your email address will not be published.