ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛି ପେଟ୍ରୋଲ ପମ୍ପଗୁଡ଼ିକରେ ଥିବା କେନ୍ଦ୍ର ସରକାରଙ୍କ ହୋର୍ଡିଂ,ନିର୍ବାଚନ ଆୟୋଗଙ୍କୁ ଫେରାଦ ହେଲା ବିଜେଡି

ଭୁବନେଶ୍ବର : ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ଆଦର୍ଶ ଆଚରଣ ବିଧି ଲାଗୁ କରିସାରିଛନ୍ତି। ଆଦର୍ଶ ଆଚରଣ ବିଧି ଲାଗୁ କରିବା ପରେ ରାଜ୍ୟ ନିର୍ବାଚନ କମିଶନ ରାଜ୍ୟରେ ବିଭିନ୍ନ ସ୍ଥାନରେ ଲାଗିଥିବା ସରକାର ଏବଂ ବିଭିନ୍ନ ଦଳର ପୋଷ୍ଟର ଓ ବ୍ୟାନ୍‌ର ହଟାଇବାକୁ ନିର୍ଦେଶ ଦେଇଥିଲେ। ନିର୍ବାଚନ କମିଶନଙ୍କ ନିର୍ଦେଶ ପରେ ରାଜ୍ୟରେ ପୋଷ୍ଟର ଓ ବ୍ୟାନ୍‌ର ହଟାଇବା କାର୍ଯ୍ୟ ଜାରି ରହିଛି। କିନ୍ତୁ ଏହାରି ମଧ୍ୟରେ ରାଜ୍ୟର ପେଟ୍ରୋଲ ପମ୍ପଗୁଡ଼ିକରେ କେନ୍ଦ୍ର ସରକାରଙ୍କ ହୋର୍ଡିଂ ରହିଛି।ଯାହାକୁ ବର୍ତ୍ତମାନ ସୁଦ୍ଧା ହଟାଯାଇନି । ହୋର୍ଡିଂ ଯୋଗୁଁ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ହେଉଛି। ଯାହକୁ ନେଇ ଆଜି ନିର୍ବାଚନ ଆୟୋଗଙ୍କୁ ଫେରାଦ ହୋଇଛି ବିଜୁ ଜନତା ଦଳ।

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ସରିଛି। ଆଜି ପ୍ରାର୍ଥୀପତ୍ର ଯାଞ୍ଚ ଆରମ୍ଭ ହୋଇଛି। ୨୫ ତାରିଖରେ ପ୍ରାର୍ଥୀଙ୍କ ତାଲିକା ଘୋଷଣା ହେବ। ପ୍ରାର୍ଥୀପତ୍ର ଦାଖଲ ପରେ ଏବେ ପ୍ରଚାର ଜୋର ଧରିଛି । ଏମିତି ସ୍ଥିତିରେ ଯେଣେତେଣେ ପ୍ରକାରେ କ୍ଷମତାକୁ ଫେରିବାକୁ ବିଜେପି ପ୍ରୟାସ ଆରମ୍ଭ କରିଛି। ନିର୍ବାଚନ ଆଚରଣ ବିଧି ମାନିବାକୁ ବି ନାରାଜ । ରାଜ୍ୟର ବିଭିନ୍ନ ପେଟ୍ରୋଲ ପମ୍ପରେ ଲାଗିଥିବା କେନ୍ଦ୍ର ସରକାରଙ୍କ ଯୋଜନାର ହୋଡିଂ, ଏବେ ବି ଝୁଲୁଛି । ଯାହା ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଂଘନ କରୁଥିବା ଅଭିଯୋଗ କରିଛି ବିଜେଡି । ମୁଖପାତ୍ର ଲେଲିନ୍ ମହାନ୍ତିଙ୍କ ନେତୃତ୍ବରେ ବିଜେଡ଼ିର ଏକ ପ୍ରତିନିଧି ଦଳ ଏହି ପ୍ରସଙ୍ଗରେ ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟି ପ୍ରମାଣ ସ୍ବରୂପ କେନ୍ଦ୍ର ସରକାରଙ୍କ ହୋଡିଂର ଫଟୋ ପ୍ରଦାନ କରିଛନ୍ତି । ଏହା ଉପରେ ନଜର ଦେଇ ଶୀଘ୍ର ଏମିତି ହୋଡିଂ ହଟାଇବାକୁ ଦଳ ପକ୍ଷରୁ ଦାବି କରାଯାଇଛି ।

Leave A Reply

Your email address will not be published.