ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଜେପିର ଆଦିବାସୀ ବିରୋଧି ମନୋଭାବକୁ ବିଜେଡିର ସମାଲୋଚନା

ଭୁବନେଶ୍ୱର: ଆଦିବାସୀଙ୍କ ଜୀବନ ଜୀବିକାକୁ ସବୁବେଳେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେମାନଙ୍କ ପାଖରେ ଶିକ୍ଷା ଓ ସ୍ୱାସ୍ଥ୍ୟ ପହଞ୍ଚାଇ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛନ୍ତି । ତେବେ ବିଜେପିର ଆଦିବାସୀ ବିରୋଧୀ ମନୋଭାବ ଆଦିବାସୀଙ୍କୁ ଆଘାତ ଦେଇଛି । ମୁଖ୍ୟମନ୍ତ୍ରୀ ୧୬୯ ଆଦିବାସୀ ଜାତିଙ୍କୁ ମାନ୍ୟତା ଦେବା ପାଇଁ କେନ୍ଦ୍ରକୁ ପଠାଇଛନ୍ତି । ଆଦିମ ଜନଜାତିଙ୍କ ପାଖରେ ସାର୍ଟିଫିକେଟ ନଥିବାରୁ ପିଲାଙ୍କ ନାମଲେଖା ହୋଇପାରୁନି । ମାନ୍ୟତା ନଥିବାରୁ ଫରେଷ୍ଟ ରାଇଟ୍ ଆକ୍ଟରେ ଜମି ଅଧିକାର ମିଳୁନି । ଏନେଇ ୨୦୨୨ ସେପ୍ଟେମ୍ବରରେ କେନ୍ଦ୍ରକୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ।

ବିଜେଡି ସାଂସଦମାନେ ବାରମ୍ବାର ବିଭାଗୀୟ ମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଛନ୍ତି । ହେଲେ ଆଦିବାସୀଙ୍କୁ କେନ୍ଦ୍ର ଅଣଦେଖା କରୁଛି । ଆଦିବାସୀଙ୍କ ବିକାଶ ପାଇଁ ପ୍ରଥମ ରାଜ୍ୟ ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରି ଆଦିବାସୀଙ୍କୁ ସମ୍ମାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାଥମିକ ପର୍ଯ୍ୟାୟରେ ୨୦ଟି ଆଦିବାସୀ ଜାତିକୁ ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀ ବାରମ୍ବାର ଦାବି କରୁଛନ୍ତି । ହେଲେ କେନ୍ଦ୍ର ଶୁଣୁନି । ଆଗାମୀ ଦିନରେ ଆଦିବାସୀ ସମାଜ ରାଜରାସ୍ତାରେ ଆନ୍ଦୋଳନ କରିବ ବୋଲି ବିଜେଡି ଚେତାବନୀ ଦେଇଛି ।

Leave A Reply

Your email address will not be published.