ଅତାବିରା ଓ ହିନ୍ଦୋଳ ଏନଏସି ନିର୍ବାଚନ ପାଇଁ ୬ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କଲା ବିଜେଡି

ଭୁବନେଶ୍ବର: ଅତାବିରା ଓ ହିନ୍ଦୋଳ ଏନଏସି ନିର୍ବାଚନ ପାଇଁ ବିଜେଡି ୬ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି କରିଛି। ଅତାବିରା ପାଇଁ ଅତନୁ ସବ୍ୟସଚୀ ନାୟକ, ସୁଶାନ୍ତ ସିଂ, ଦେବେଶ ଆଚାର୍ଯ୍ଯକୁ ଦଳ ଦାୟିତ୍ବ ଦେଇଥିବା ବେଳେ ହିନ୍ଦୋଳ ଏନଏସି ନିର୍ବାଚନ ପାଇଁ ସୁଶାନ୍ତ କୁମାର ରାଉତ, ସୁଧୀର କୁମାର ସାମଲ, କୁନା ବିହାରି ଦାସଙ୍କୁ ଦଳ ନିଯୁକ୍ତ କରିଛି।
ଖବର ଅନୁଯାୟୀ, ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଓ ବରଗଡ଼ ଜିଲ୍ଲାର ଅତାବିରା ଏନ୍ଏସିର କାର୍ଯ୍ଯକାଳ ଆସନ୍ତା ଏପ୍ରିଲ ୧୨ ତାରିଖରେ ଶେଷ ହେଉଛି। ଏପ୍ରିଲ ୩ ତାରିଖରେ ଏହି ଦୁଇ ଏନ୍ଏସି ପାଇଁ ଭୋଟ୍ ଗ୍ରହଣ କରାଯିବ। ଏହା ସହିତ ଏପ୍ରିଲ ୫ ତାରିଖ ପର୍ଯ୍ଯନ୍ତ ସଂପୃକ୍ତ ବିଜ୍ଞାପିତ ଅଞ୍ଚଳରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି।