ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କେନ୍ଦ୍ରୀୟ ବିଦ୍ୟାଳୟରେ ସାଂସଦ କୋଟାରେ ନାମଲେଖା ସ୍ଥଗିତ; ବିଜେଡି ଓ କଂଗ୍ରେସର ବିରୋଧ

ଭୁବନେଶ୍ୱର: କେନ୍ଦ୍ରୀୟ ବିଦ୍ୟାଳୟରେ ସାଂସଦ କୋଟାରେ ନାମଲେଖାକୁ ସ୍ଥଗିତ କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ରୀୟ ବିଶ୍ବ ବିଦ୍ୟାଳୟରେ ନାମଲେଖା ସମୟରେ କାମ ଦେବନି ସାଂସଦଙ୍କ ସୁପାରିଶ । ସଂସଦ ଅଧିବେଶନରେ ସାଂସଦ କୋଟାକୁ ବୃଦ୍ଧି କରିବା ପାଇଁ କିଛି ସାଂସଦ ଦାବି କରିବା ପରେ ଏପରି ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ଯାହାକୁ ନେଇ ସୃଷ୍ଟି ହୋଇଛି ବିବାଦ । ନାମଲେଖା ସମୟରେ ସାଂସଦଙ୍କ କୋଟା କେନ୍ଦ୍ର ସରକାର ସ୍ଥଗିତ କରିବା ପରେ ବହୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଚାଲିଯାଇଛି ବୋଲି ବିଜେଡ଼ି କହିଛି । ତେଣୁ କେନ୍ଦ୍ର ସରକାର କେନ୍ଦ୍ରୀୟ ବିଦ୍ୟାଳୟରେ ପୂର୍ବ ବ୍ୟବସ୍ଥା ଲାଗୁ କରିବାକୁ ବିଜେଡି ଦାବି କରିଛି ।

କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରତିବର୍ଷ ଜଣେ ସାଂସଦ, କୋଟାରେ ୧୦ଜଣଙ୍କୁ ନାମ ଲେଖାଇବା ପାଇଁ ସୁପାରିସ୍ କରୁଥିଲେ । ଏ କୋଟା ସଂଖ୍ୟା ବୃଦ୍ଧି କରିବାକୁ ଦାବି ପରେ ଚଳିତ ସଂସଦ ଅଧିବେଶନରେ ବିବାଦ ସୃଷ୍ଟି ହେବାରୁ କେନ୍ଦ୍ର ସରକାର ସ୍ଥଗିତ କରିଥିବା ବିଜେପି ଯୁକ୍ତି ବାଢିଛି । କଂଗ୍ରେସ କିନ୍ତୁ କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତ୍ତିକୁ କରିଛି କଡ଼ା ସମାଲୋଚନା । କେନ୍ଦ୍ରୀୟ ବିଦ୍ୟାଳୟରେ ସାଂସଦଙ୍କ କୋଟା ତୁରନ୍ତ କାର୍ଯ୍ୟକାରୀ କରିବାକୁ ଦଳ ଦାବି କରିଛି ।

୧୯୭୫ ମସିହାରେ ପ୍ରଥମ ଥର ପାଇଁ ଏହି କୋଟା ବ୍ୟବସ୍ଥାର ଆରମ୍ଭ ହୋଇଥିଲା । ପୂର୍ବରୁ ମଧ୍ୟ ଦୁଇଥର କୋଟାରେ ନାମଲେଖା ସ୍ଥଗିତ କରାଯାଇଛି । କେନ୍ଦ୍ରୀୟ ବିଦ୍ୟାଳୟରେ ସାଂସଦ ଓ ଜିଲ୍ଲାପାଳ କୋଟା ସୁପାରିସରେ ବର୍ଷକୁ ୮ରୁ ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ନାମ ଲେଖାଉଛନ୍ତି । ହେଲେ ଚଳିତ ବର୍ଷ ଅନେକ ଛାତ୍ରଛାତ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ପାଠ ପଢ଼ିବା ସ୍ୱପ୍ନ ସ୍ୱପ୍ନରେ ରହିଯାଇଛି ।

Leave A Reply

Your email address will not be published.