ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଏୟାର ଏସିଆ ବିମାନରେ ପକ୍ଷୀ ମାଡ଼, ବିମାନର ଜରୁରିକାଳୀନ ଅବତରଣ

ଲକ୍ଷ୍ନୌ : ଲକ୍ଷ୍ନୌରୁ କୋଲକାତା ଯାଉଥିବା ଏୟାର ଏସିଆ ବିମାନରେ ହଠାତ୍‌ ପକ୍ଷୀ ମାଡ଼ ହୋଇଛି। ପରେ ବିମାନକୁ ଜରୁରିକାଳୀନ ଅବତରଣ କରାଯାଇଛି। ବିମାନ ଉଡ଼ାଣ ପାଇଁ ପ୍ରସ୍ତୁତ ଥିଲା, ଏହି ସମୟରେ ପାଇଲଟ ପକ୍ଷୀ ମାଡ଼ ଯୋଗୁ ରନୱେରେ ବିମାନକୁ ଅଟକାଇଥିଲେ। ବିମାନରେ ୧୮୦ ଜଣ ଯାତ୍ରୀ ଥିଲେ।
ସୂଚନାଯୋଗ୍ୟ, ଚୌଧୁରୀ ଚରଣ ସିଂ ଅନ୍ତର୍ଜାତୀୟ ବିମାନବନ୍ଦରରେ ନିକଟରେ ଏୟାର ଏସିଆ ବିମାନ ସେବା ଆରମ୍ଭ କରିଛି। ଏୟାର ଏସିଆ ବିମାନ ସକାଳ ୧୦.୫୫ରେ ଲକ୍ଷ୍ନୌରୁ କୋଲକାତା ଅଭିମୁଖେ ଯାତ୍ରା କରେ। ରବିବାର ସକାଳେ ବିମାନରେ ଯାତ୍ରୀଙ୍କ ବୋର୍ଡିଂ ପରେ ବିମାନଟି ରନୱେରେ ପହଞ୍ଚି ବେଗ ହାସଲ କରିବା ଆରମ୍ଭ କରିବାବେଳେ ବିମାନର ଇଞ୍ଜିନରେ ଏକ ପକ୍ଷୀ ମାଡ଼ ହୋଇଥିଲା। ସତର୍କତା ଅବଲମ୍ବନ କରି ପାଇଲଟ ତୁରନ୍ତ ବିମାନଟିକୁ ରନୱେରେ ଅଟକାଇ ବିମାନବନ୍ଦର ପ୍ରଶାସନକୁ ସତର୍କ କରାଇଥିଲେ। ସୁରକ୍ଷା ବାହିନୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଯାତ୍ରୀମାନେ ବିମାନରୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।

Leave A Reply

Your email address will not be published.