ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୨୭ ବର୍ଷ ପରେ ଅଲଗା ହେଲେ ବିଲ୍ ଗେଟ୍ସ ଓ ମେଲିଣ୍ଡା

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟ୍ସ ଓ ତାଙ୍କ ପତ୍ନୀ ମେଲିଣ୍ଡା ବିବାହ ବିଚ୍ଛେଦ ପାଇଁ ନିଷ୍ପତ୍ତି ନେଇଛନ୍ତି । ବିବାହର ୨୭ ବର୍ଷ ପରେ ଛାଡ଼ପତ୍ର ଦେଇଛନ୍ତି ଉଭୟ । ଏନେଇ ବିଲ୍ ଗେଟ୍ସ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ତେବେ ଜନସେବା ପାଇଁ ସେମାନଙ୍କ ଦ୍ୱାରା ଗଠିତ ଫାଉଣ୍ଡେସନର କାର୍ଯ୍ୟ ପୂର୍ବଭଳି ଜାରି ରହିବ ବୋଲି କହିଛନ୍ତି ବିଲ୍‍ ଓ ମେଲିଣ୍ଡା।


ବିଲ୍ ଗେଟ୍ସ ଟ୍ବିଟ କରି ଲେଖିଛନ୍ତି ଯେ, ଅନେକ ଆଲୋଚନା ଓ ସମ୍ପର୍କରେ ରହି କାମ କରିବା ପରେ ମୁଁ ଛାଡ଼ପତ୍ର ଦେବାକୁ ନିଷ୍ପତ୍ତି ନେଇଛି । ବିଗତ ୨୭ ବର୍ଷ ମଧ୍ୟରେ ନିଜର ୩ ଛୁଆଙ୍କୁ ପାଳି କରି ବଡ଼ କରିଛି । ଆମେ ଏକ ଫାଉଣ୍ଡେସନ୍ ବି କରିଛୁ । ଯାହା ବିଶ୍ୱବ୍ୟାପୀ ଲୋକଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଉତ୍ତମ ଜୀବନଧାରଣ ପାଇଁ କାମ କରୁଛି । ଏହି ମିଶନ ପାଇଁ ଆମେ ଗୋଟିଏ ପ୍ରକାର ଚିନ୍ତାଧାରା ରଖିବୁ, ଏକାଠି କାମ କରିବୁ । ତେବେ, ଆମେ ଆଗକୁ ପତିପତ୍ନୀ ଭାବେ ରହିପାରିବୁ ନାହିଁ । ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛୁ ।

Leave A Reply

Your email address will not be published.