ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଧାନସଭାର ନୂଆ ବାଚସ୍ପତି ବିକ୍ରମ କେଶରୀ ଆରୁଖ

ଭୁବନେଶ୍ବର: ବିଧାନସଭା ବାଚସ୍ପତି ଭାବେ ବିକ୍ରମ କେଶରୀ ଆରୁଖ  ନିର୍ବାଚିତ ହୋଇଛନ୍ତି। ସ୍ୱତନ୍ତ୍ର ଭାବେ ବିଧାନସଭାର ଦିନିକିଆ ଅଧିବେଶନରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ଆରୁଖ। ସେ  ୨୪ତମ ବାଚସ୍ପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ବାଚସ୍ପତି ନିର୍ବାଚନ ପାଇଁ ବିକ୍ରମ ଆରୁଖଙ୍କ ନାଁ ପ୍ରସ୍ତାବ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପ୍ରସ୍ତାବକୁ ସମର୍ଥନ ଦେଇଥିଲେ ସଂସଦୀୟ ବ୍ଯାପାର ମନ୍ତ୍ରୀ। ବିକ୍ରମ ଆରୁଖଙ୍କୁ ମୁଖ୍ଯମନ୍ତ୍ରୀଙ୍କ ସମେତ ବିରୋଧୀ ଓ ଶାସକ ଦଳର ନେତାମାନେ ଅଭିନନ୍ଦନ ଜାଣାଇଛନ୍ତି। ଗୃହର ମର୍ଯ୍ଯାଦା ରକ୍ଷା ପାଇଁ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି ବିକ୍ରମ ଆରୁଖ।

ସୂଚନା ଅନୁଯାଯୀ, ୧୯୯୫ ମସିହାରୁ ଲଗାତର ଭାବେ ଭଞ୍ଜନଗରରୁ ବିଧାନସଭାକୁ ନିର୍ବାଚିତ ହୋଇଆସୁଛନ୍ତି ବିକ୍ରମ କେଶରୀ ଆରୁଖ । ୨୦୦୮ ମସିହାରେ ସରକାରୀ ଦଳ ମୁଖ୍ୟ ସଚେତକ ଓ ୨୦୦୯ ମସିହାରୁ ୧୩ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ଆଇନ, ଜଙ୍ଗଲ ଓ ପରିବେଶ, ସୂଚନା ଓ ଲୋକସମ୍ପର୍କ, ସଂସଦୀୟ ବ୍ୟାପାର ପରି ବହୁ ଗୁରୁତ୍ବ ପୂର୍ଣ୍ଣ ବିଭାଗର ମନ୍ତ୍ରୀ ଦାୟିତ୍ବ ତୁଲାଇ ସାରିଛନ୍ତି ।

Leave A Reply

Your email address will not be published.