ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବାଇକ- ଟ୍ରକ ମୁହାଁମୁହିଁ ଧକ୍କା: ୪ମୃତ, ଜଣେ ଗରୁତର

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ନିକଟ କ୍ରିଷ୍ଣା ଗାଁ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ଯୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି।  ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଥିବା ଜଣାପଡ଼ିଛି। ସ୍ଥାନୀୟଲୋକଙ୍କ କହିବା ଅନୁଯାୟୀ। ୩ ଜଣ ଯୁବକ, ଜଣେ ମହିଳା ଓ ଜଣେ ଛୋଟ ଶିଶୁ ବାଇକରେ କୋମନା ପାର୍ଶ୍ୱରୁ ନୂଆପଡ଼ା ଅଭିମୁଖେ ଯାଉଥିଲେ। ଏହି ସମୟରେ କୋମନା ନିକଟସ୍ଥ କ୍ରିଷ୍ଣା ଗାଁ ଛକରେ ବାଇକକୁ ଧକ୍କା ଦେଇଥିଲା ସମ୍ମୁଖରୁ ଆସୁଥିବା ଏକ ଟ୍ରକ୍‌।

ସୂଚନା ଅନୁଯାୟୀ, ଗୋଟିଏ ବାଇକରେ ୫ଜଣ ଯାଉଥିବାବେଳେ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା।ଫଳରେ ଘଟଣା ସ୍ଥଳରେ ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ମହିଳା ଓ ଶିଶୁକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କୋମନା ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ । ତେବେ ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ମୃତ ଓ ଆହତଙ୍କ ପରିଚୟ ମିଳିପାରି ନାହିଁ। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.