ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବାଇକ -ଟ୍ରକ ଧକ୍କା, ୩ ଯୁବକଙ୍କ ମୃତ୍ଯୁ

ବଡଚଣା: ଯାଜପୁର ଜିଲ୍ଲା ଛତିଆ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଆଜି ସନ୍ଧ୍ଯାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୩ଜଣ ଯୁବକଙ୍କର ଶୋଚନୀୟ ମୃତ୍ଯୁ ଘଟିଛି।

ସୂଚନା ଅନୁଯାୟୀ, ତିନିଜଣ ଯୁବକ କଟକରୁ ଏକ ବାଇକ ଯୋଗେ ଫେରୁଥିଲେ। ଚଟିଘର ନିକଟ ରାଜପଥ ଅତିକ୍ରମ କରୁଥିଲାବେଳେ କଟକରୁ ଚଣ୍ଡିଖୋଲ ଆଡକୁ ଆସୁଥିବା ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ୩ ଯୁବକ ରାସ୍ତାରେ ଛିଟିକି ପଡ଼ିବଥିଲେ। ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଗୁରୁତରଙ୍କୁ ଉଦ୍ଧାର କରାଯାଇ କଟକ ସ୍ଥାନାନ୍ତର କରାଯାଇଥିଲା। ହେଲେ କଟକରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲା। ମୃତ ଯୁବକ ମାନେ ନିକଟସ୍ଥ ଅଞ୍ଚଳର ବୋଲି ଆଲୋଚନା ହେଉଥିଲାବେଳେ ସ୍ପଷ୍ଟ ପରିଚୟ ମିଳିପାରିନାହିଁ।

Leave A Reply

Your email address will not be published.