ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ତିନି ଜଣିଆ ବାଇକ ଚୋର ଗ୍ୟାଙ୍ଗ ଠାବ, ୫ ବାଇକ ଜବତ

ଭବାନୀପାଟଣା : ଭବାନୀପାଟଣା ସଦର ଥାନା ପୋଲିସ ଏକ ବାଇକ ଚୋର ଗ୍ୟାଙ୍ଗକୁ ଠାବ କରିଛି। ଏହା ସହ ସେମାନଙ୍କ ଠାରୁ ୫ ଟି ଚୋରୀ ମଟର ସାଇକେଲ ଉଦ୍ଧାର କରିଛି। ଏବଂ ସମ୍ପୃକ୍ତ ତିନି ଜଣଙ୍କୁ ଗିରଫ କରିଛି। ପ୍ରକାଶ ଯେ ଭବାନୀପାଟଣା ସହର ପୁରୁଣା ପଡାର ସ୍ନେହାସିସ ପାତ୍ରଙ୍କ ମଟରସାଇକଲ ଗତ ୭ ମେ ରେ ଚୋରି ହୋଇଥିଲା। ଏନେଇ ସେ ଭବାନୀପାଟଣା ସଦର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା (ନଂ. ୧୫୩/୨୦୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ସଦର ଥାନା ଅଧିନ ଠେମରା ଗ୍ରାମର ୨୧ ବର୍ଷୀୟ ଯୁବକ, କେଗାଁ ଥାନା ଅଧିନ କନ୍ଦାଖାଲ ଗ୍ରାମର ୩୧ ବର୍ଷୀୟ ଯୁବକ ଓ ସଦର ଥାନା ଅଧୀନ ତେନ୍ତୁଲିପଡାର ୩୦ ବର୍ଷୀୟ ଯୁବକଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୫ ଟି ବାଇକ ଉଦ୍ଧାର ହୋଇଛି। ଗିରଫ ଅଭିଯୁକ୍ତ ମାନେ ଭବାନୀପାଟଣା ଟାଉନ ଥାନାର ୩ ଟି ଚୋରି ମାମଲାରେ ସମ୍ପୃକ୍ତ ଥିବା ପୋଲିସ କହିଛି।

Leave A Reply

Your email address will not be published.