ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜଳିଗଲା ବାଇକ୍, ଅଳ୍ପକେ ବର୍ତ୍ତିଲେ ଚାଳକ

ଦେବଗଡ଼:  ଦେବଗଡ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ୧୦ ନମ୍ୱର ରାଜ୍ୟ ରାଜପଥର ବଲଣ୍ଡା ଘାଟି ରାସ୍ତାରେ ଏକ ବାଇକ୍‌ ଜଳି ଯାଇଥିବା ଦେଖିବାକୁ ମିଳିଛି । ବାହାଡାପୋଷୀ ଠାରୁ ଅଳ୍ପ ଦୂରରେ ବଲଣ୍ଡା ଘାଟି ରାସ୍ତାରେ ମଟରସାଇକଲ ଚାଳକ ଜଣକ ପରିସ୍ରା କରିବା ପାଇଁ ରାସ୍ତା କଡ଼ରେ ଗାଡ଼ିକୁ ଛିଡା କରିଥିବା ବେଳେ ହଠାତ୍ ଏଥିରେ ନିଆଁ ଲାଗି ଯାଇଥିଲା । ଚାଳକ ଜଣଙ୍କ ପାଣି ଢାଳି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ଲିଭିନଥିଲା। ଖବରପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିବା ବେଳେକୁ ଏହା ସମ୍ପୂର୍ଣ୍ଣରୂପେ ଜଳି ସାରିଥିଲା । ପ୍ରବଳ ଖରା ଯୋଗୁଁ ଗରମ ହୋଇ କିମ୍ବା ସର୍ଟ ସର୍କିଟ ଯୋଗୁଁ ମଟରସାଇକଲରେ ନିଆଁ ଲାଗି ଯାଇଥିବା ଅନୁମାନ କରାଯାଉଛି। ।

ସୂଚନା ଅନୁଯାୟୀ, ସୁନ୍ଦରଗଡ ଜିଲ୍ଲା ଜାମଡିହି ଗ୍ରାମର ଗୋପବନ୍ଧୁ ଓରାମ ନାମକ ଜଣେ ବ୍ୟକ୍ତି ଏକ ହୋଣ୍ଡା ୟୁନିକର୍ଣ୍ଣ ମଟର ସାଇକେଲ ଯୋଗେ ଲହୁଣୀପଡା ପଟୁ ବାହାଡାପୋଷି ଅଭିମୁଖେ ଆସୁଥିଲେ ।

Leave A Reply

Your email address will not be published.