ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସ୍କୁଟି ଏବଂ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା, ଶିକ୍ଷୟିତ୍ରୀ ଓ କିରାଣି ମୃତ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଥାନା ନିଲୁଙ୍ଗିଆ ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଚାଲିଗଲା ଦୁଇଟି ଜୀବନ । ସ୍କୁଟି ଏବଂ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଲିଙ୍ଗାଗଡ଼ ସ୍କୁଲର ଜଣେ ଶିକ୍ଷୟିତ୍ରୀ ଓ ଜଣେ କିରାଣିଙ୍କର ମୃତ୍ୟୁ ଘଟିଛି । ସୁଚନା ଅନୁଯାୟୀ ଦୁଇ ଜଣ ମହିଳା ଶିକ୍ଷୟିତ୍ରୀ ଏବଂ କିରାଣି ଜି.ଉଦୟଗିରିରୁ ଲିଙ୍ଗାଗଡ଼ ସ୍କୁଲକୁ ସ୍କୁଟି ଦ୍ଵାରା ଯାଉଥିବା ବେଳେ ଅପରପାର୍ଶ୍ଵରୁ ଏକ ପୋଲସର ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା ।

ମୃତକମାନେ ହେଲେ ଶିକ୍ଷୟତ୍ରୀ ପ୍ରଦିପ୍ତା ସାହୁ(୩୪)ବର୍ଷ ଓ ସେହି ସ୍କୁଲର କିରାଣି ବିମଳା ପ୍ରଧାନ (୪୭) ବର୍ଷ। ଆହତ ବାଇକ୍ ଆରୋହୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ସ୍କୁଟି ଓ ବାଇକ୍‌କୁ ଜବତ କରି ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.