ଦୁଇ ବାଇକ ମୁହାଁ ମୁହିଁ ଧକ୍କା, ମହିଳା ମୃତ

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଖୁଣ୍ଟାପଡାର ବେଣା ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବାରୁ ଜଣେ ମହିଳାଙ୍କର ମୃତ୍ୟ ଘଟିଥିବା ଜଣାପଡିଛି। ସୂଚନା ଅନୁସାରେ , ଆଜି ମଧ୍ୟାହ୍ନ ସମୟରେ ତେଲକୋଇ ପଡାଙ୍ଗ ନିପିଣ୍ଡା ଗ୍ରାମର ସୁକାମିନୀ ନାୟକ ତାଙ୍କର ଜଣେ ସମ୍ପର୍କୀୟ ଙ୍କ ସହିତ ସିରିଆବାହାଳିରେ ଥିବା ତାଙ୍କ ଝିଆରୀ ଘରକୁ ଯାଉଥିଲେ। ବାଟରେ ଖୁଣ୍ଟାପଡା ବେଣା ନିକଟରେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ବାଇକ ତାଙ୍କ ବାଇକକୁ ଧକ୍କା ଦେଇଥିଲା। ଫଳରେ ସେମାନେ ଛିଟିକି ପଡିବାରୁ ସୁକାମିନୀ ଗୁରୁତ୍ବର ଆହତ ହୋଇଥିଲେ। ତାଙ୍କୁ ତେଲକୋଇ ଡାକ୍ତରରଖାନାକୁ ଅଣାଯାଇଥିଲା ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ପୋଲିସ ଖବର ପାଇ ଘଟଣା ସ୍ଥଳକୁ ଯାଇ ଅନୁସନ୍ଧାନ ଚଳାଇଛି। ଦୁର୍ଘଟଣା ଘଟାଇଥିବା ଅନ୍ୟ ବାଇକ ଫେରାର ହୋଇଯାଇଥିବା ସୂଚନା ମିଳିଛି।

Leave a comment