ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଘୋଷଣା ହେଲା ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନ: ହକି କୋଚ୍ କାଳୁ ଚୌଧୁରୀଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ, ଶ୍ରେଷ୍ଠ କ୍ରୀଡାବିତ ଅମିତ ରୋହିଦାସ ଓ ଶ୍ରେଷ୍ଠ କୋଚ୍ ଶିବ ପ୍ରସାଦ ଦାସ

ଭୁବନେଶ୍ୱର: ଘୋଷଣା ହେଲା ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନ। ଚଳିତ ବର୍ଷ ପାଇଁ ବିଜୁ ପଟ୍ଟନାୟକ କ୍ରିଡ଼ା ସମ୍ମାନ ପାଇବାକୁ ଥିବା ବ୍ୟକ୍ତିଙ୍କ ନାମ ଘୋଷଣା କରାଯାଇଛି। ହକି କୋଚ୍ କାଳୁ ଚୌଧୁରୀଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ କରାଯିବ । ସେହିପରି ଶ୍ରେଷ୍ଠ କ୍ରୀଡାବିତ ଭାବେ ଅମିତ ରୋହିଦାସ, ଶ୍ରେଷ୍ଠ କୋଚ୍ ଶିବ ପ୍ରସାଦ ଦାସଙ୍କୁ ମିଳିବ ପୁରସ୍କାର ।

ଆସନ୍ତା ୨୯ ତାରିଖରେ କ୍ରୀଡା ଦିବସ ପାଳିତ ହେବାକୁ ଥିବାବେଳେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମ୍ମାନ ପ୍ରଦାନ କରିବେ । ରାଜ୍ୟରେ କ୍ରୀଡ଼ାକୁ ପ୍ରତ୍ସାହନ ଦେବାକୁ ଯାଇ ରାଜ୍ୟ ସରକାର ଏହି ପୁରସ୍କାର ଘୋଷଣା କରିଛନ୍ତି । କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଏହି ସମ୍ମାନ ପ୍ରତି ବର୍ଷ ପ୍ରଦାନ କରାଯାଉଛି । ତେବେ ଚଳିତ ବର୍ଷ କ୍ରୀଡା ସାମ୍ବାଦିକ ଆୱାର୍ଡକୁ ବାତିଲ କରାଯାଇଛି ।

Leave A Reply

Your email address will not be published.