ପଞ୍ଚାୟତ ଫଳାଫଳ : ୨୬୦ ଜୋନରେ ବିଜୁ ଜନତା ଦଳ ଆଗରେ

ଭୁବନେଶ୍ୱର : ଆଜି ୩୧୫ ଜୋନରେ ଭୋଟ ଗଣତି ହେଉଛି । ତେବେ ଏହି ୩୧୫ ଜୋନ ମଧ୍ୟରୁ ୨୬୦ ଜୋନରେ ବିଜୁ ଜନତା ଦଳ ଆଗରେ ରହିଛି । ଯଦି ଭାରତୀୟ ଜନତା ପାର୍ଟି କଥା କହିବା ତାହାଲେ ବିଜେପି ବର୍ତ୍ତମାନ ସୁଦ୍ଧା ମାତ୍ର ୩୨ଟି ଆସନରେ ଆଗରେ ରହିଛି । ସେହିପରି କଂଗ୍ରେସ ୧୭ଟି ଆସନରେ ଆଗୁଆ ରହିଥିବାବେଳେ ୬ଟି ଆସନରେ ଅନ୍ୟାନ ଦଳ ଆଗୁଆ ରହିଛି । ମିଳିଥିବା ସୂଚନା ଅନୁସାରେ ଗୁଣୁପୁର ବ୍ଲକ ରାମନାଗୁଡ଼ା ’କ’ ଜୋନରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଛି । ସେହିପରି ଆନନ୍ଦପୁର ୧ ନମ୍ବର ଜିଲ୍ଲା ପରିଷଦ ଜୋନରେ ମଧ୍ୟ ବିଜେଡି ପ୍ରାର୍ଥୀ ଆଗୁଆ ରହିଛି । କଣାସ ବ୍ଲକର ୩ ନମ୍ବର ବ୍ଲକର ୩ ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଛି । ସେହିପରି ଭଞ୍ଜନଗର ସୋରଡ଼ା ୬୩ନମ୍ବର ଜୋନ, ନୟାଗଡ଼ ନୂଆଗାଁ ୧୬ ନମ୍ବର ଜୋନ ଓ ନୟାଗଡ଼ ଓଡ଼ଗାଁ ୧ ନମ୍ବର ଜୋନରେ ମଧ୍ୟ ବିଜୁ ଜନତା ଦଳର ପ୍ରାର୍ଥୀ ଆଗୁଆ ରହିଛି ।

Leave a comment