ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କେନ୍ଦୁଝରରେ ବିଜୁ ଜନତା ଦଳର ଜିଲ୍ଲା ସ୍ଥରୀୟ ସମବାୟ କର୍ମଶାଳା, ଯୋଗଦେଲେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

କେନ୍ଦୁଝର : କେନ୍ଦୁଝର ସହରର ହୋଟେଲ ଶ୍ରୀକ୍ଷେତ୍ର ଇଣ୍ଟରନେସନାଲ ଠାରେ ବିଜୁ ଜନତା ଦଳର ଜିଲ୍ଲା ସ୍ଥରୀୟ କର୍ମଶାଳା ଆୟୋଜିତ ହୋଇଯାଇଛି। ଏଥିରେ ବରିଷ୍ଠ ବିଜେଡି ନେତା ତଥା ଘଷିପୁରା ବିଧାୟକ ବଦ୍ରୀ ନାରାୟଣ ପାତ୍ର ଅଧ୍ୟକ୍ଷତା କରିଥିଲେ।କର୍ମଶାଳା ରେ ସମବାୟ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।କର୍ମଶାଳା ରେ ଦକ୍ଷତା ବିକାଶ ବିଭାଗ ମନ୍ତ୍ରୀ ପ୍ରେମାନନ୍ଦ ନାୟକ,ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାୟକ,କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୂର୍ମୁ, ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ, ବିଜେଡି ଜିଲ୍ଲା ସଭାପତି ମାଧବ ସର୍ଦାର ମଞ୍ଚାସିନ ଥିଲେ।

ସମବାୟ ନେତା କାନନ ବିହାରୀ ପହି ଅତିଥି ପରିଚୟ ପ୍ରଦାନ କରିଥିଲେ।ଏଥିରେ ସମବାୟ ନିର୍ବାଚନ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।ଆୟୋଜିତ କର୍ମଶାଳାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ବିଜୁ ଜନତା ଦଳର ସମବାୟ କର୍ମୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.