ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ ଜାରି

ତେଲକୋଇ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁଝର ଜିଲ୍ଲାରେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ଶୁଭାରମ୍ଭ କରିବା ପରେ ତେଲକୋଇ ବ୍ଲକରେ ବିଭିନ୍ନ ପଞ୍ଚାୟତରେ ସ୍ମାର୍ଟ କାର୍ଡ ବଣ୍ଟନ ଜାରି ରହିଛି । ଏହି କ୍ରମରେ ରବିବାର ତେଲକୋଇ ବ୍ଲକ ର ୫ଟି ପଞ୍ଚାୟତରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଂ ପ୍ରେମାନନ୍ଦ ନାୟକ ଯୋଗ ଦେଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ହିତାଧିକାରୀଙ୍କୁ ବଣ୍ଟନ କରିଛନ୍ତି । ଏହି ବ୍ଲକ ଅନ୍ତର୍ଗତ ଶିବନାରାୟଣପୁର ଗୋଡ଼ା (୧୦୬୪), ଓରିଆବିରିଦା(୧୨୧୨) , ସଲେଇକେନା(୧୩୧୮) , ଦୋବଲାପାଳ(୭୨୪) ଓ ବିମଳା(୧୦୪୧) ଗ୍ରାମ ପଂଚାୟତ ରେ ମନ୍ତ୍ରୀ ହିତାଧିକାରୀ ମାନଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ।

ଏହି କାର୍ଡ ଯତ୍ନର ସହିତ ସାଇତି ରଖି ପରିବାରର ଗୁରୁତର ରୋଗୀ ପୁରୁଷଙ୍କ ପାଇଁ ୫ଲକ୍ଷ ଓ ମହିଳାଙ୍କ ପାଇଁ ୧୦ଲକ୍ଷ ଟଙ୍କାର ଚିକିତ୍ସା ଖର୍ଚ୍ଚ ପାଇବା ପାଇଁ ବ୍ୟବହାର କରିବାକୁ ମନ୍ତ୍ରୀ ଶ୍ରୀ ନାୟକ ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ଭାବେ ସ୍ଥାନୀୟ ତହସିଲଦାର ଅଶ୍ୱିନୀ କୁମାର ନାୟକ, ଏବିଡ଼ିଓ ଦୋଳଗୋବିନ୍ଦ ବିଶ୍ୱାଳ, ବ୍ଲକ ବିଜେଡ଼ି ସଭାପତି ସନ୍ତୋଷ କୁମାର ବିଶ୍ବାଳ, ଯୁବ ବିଜେଡ଼ି ସଭାପତି ନୀଳମଣି ଦେହୁରୀ ସହିତ ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟ ଯୋଗଦେଇଥିଲେ।ଏହି କାର୍ଯ୍ୟକ୍ରମ କୁ ବ୍ଲକ ଯୋଗାଣ ଅଧିକାରୀ ଲକ୍ଷ୍ମଣ ମାଝୀ, ପଞ୍ଚାୟତର ନିର୍ବାହୀ ଅଧିକାରୀ, ନୋଡ଼ାଲ ଅଧିକାରୀ, ଜି. ଆର. ଏସ ମାନେ ସହଯୋଗ କରି ସ୍ମାର୍ଟ କାର୍ଡ ବଣ୍ଟନର ବ୍ୟବସ୍ଥା କରିଥିଲେ।ବିନା ମୂଲ୍ୟରେ ଏହି କାର୍ଡ ଦ୍ଵାରା ଚିକିତ୍ସା ହୋଇ ପାରୁଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହିତାଧିକାରୀ ମାନେ ଧନ୍ୟବାଦ ଜଣାଇଛନ୍ତି।

Leave A Reply

Your email address will not be published.