ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବାଣ କାରଖାନାରେ ବିସ୍ଫୋରଣ: ୫ ମୃତ, ୪ ଗୁରୁତର

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ବିଜନୌର ଅଞ୍ଚଳରେ ଗୁରୁବାର ଏକ ବଡ଼ ଧରଣ ଅଘଣ ଘଟିଛି। ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ , ଆଖପାଖ ଅଞ୍ଚଳର ଲୋକେ ଭୟଭୀତ ହୋଇପଡ଼ିଥିଲେ, ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା। ଏହାପରେ ଘଟଣା ସ୍ଥଳରେ ଲୋକେ ଏକତ୍ରିତ ହୋଇଥିଲେ। ଖବର ପାଇ ପୁଲିସ ଘଟଣା ସ୍ଥାନରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ଜିଲ୍ଲାପାଳ ରମାକାନ୍ତ ପାଣ୍ଡେ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ଜିଲାପାଳ କହିଛନ୍ତି ଯେ, ଗୁରୁବାର କାରଖାନାରେ କାରିଗରମାନେ କାମ କରୁଥିଲେ। ଏହି ସମୟରେ କୌଣସି କାରଣରୁ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିଲେ। ଫଳରେ କାରଖାନାରେ ଗଚ୍ଛିତ ଥିବା ବାଣଗୁଡ଼ିକ ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ​କିପରି ନିଆଁ ଲାଗିଲା ତାହାର ତଦନ୍ତ କରାଯାଉଛି ବୋଲି ଜିଲ୍ଲାପାଳ କହିଛନ୍ତି।

Leave A Reply

Your email address will not be published.