ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମାଙ୍କୁ ଧମକ ଦେଇଥିବା ସନ୍ଦିଗ୍ଧ ଚୀନ ମହିଳା ଗିରଫ

ନୂଆଦିଲ୍ଲୀ: ବୌଦ୍ଧ ଧର୍ମଗୁରୁ ଦଲାଇ ଲାମାଙ୍କୁ ଧମକ ଦେଇଥିବା ସନ୍ଦିଗ୍ଧ ଚୀନ ମହିଳାଙ୍କୁ ବିହାର ପୋଲିସ ଖୋଜି ବାହାର କରିଛି। ଗୁପ୍ତଚରବୃତ୍ତି ଅଭିଯୋଗରେ ବିହାର ପୁଲିସ ବୋଧଗୟାରୁ ଜଣେ ସନ୍ଦିଗ୍ଧ ଚୀନ ମହିଳାକୁ ଅଟକ ରଖି ପଚରାଉଚରା କରୁଛି। ସନ୍ଦିଗ୍ଧ ମହିଳା ଗୁପ୍ତଚରଙ୍କ ବୟସ ପାଖାପାଖି ୫୦ ହେବ ବୋଲି କୁହାଯାଉଛି। ବିହାର ପୋଲିସ ଚୀନ ଗୁପ୍ତଚରଙ୍କୁ ବୋଧଗୟାର କାଲଚକ୍ର ଗ୍ରାଉଣ୍ଡ ବାହାରୁ କାବୁ କରି ନେଇଛି। ଏହି ଜାଗାକୁ ଦଲାଇ ଲାମା ପ୍ରବଚନ ଦେବାକୁ ଆସି ଥାଆନ୍ତି। ପୋଲିସ ମୁତାବକ, ସନ୍ଦିଗ୍ଧ ଚୀନ ମହିଳାଙ୍କ ନାମ ସଙ୍ଗ୍ ସିଆଓଲାନ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ, ସନ୍ଦିଗ୍ଧ ମହିଳାଜଣକ ୨୦୧୯ରେ ପ୍ରଥମେ ଭାରତ ଆସିଥିଲେ। ପରେ କିନ୍ତୁ ସେ ଚୀନ ଫେରି ଯାଇଥିଲେ। ଏହାପରେ ଦ୍ୱିତୀୟ ଥର ଭାରତ ଆସି ପୁଣି ନେପାଳ ଚାଲି ଯାଇଥିଲେ। ସମ୍ପୃକ୍ତ ମହିଳାଜଣକ ନେପାଳରେ କିଛି ଦିନ ବିତାଇବା ପରେ ବୋଧଗୟାରେ ପହଞ୍ଚିଥିଲେ। ଗୟା ସିଟି ପୋଲିସ ଏସ୍‌ପି ଅଶୋକ ପ୍ରସାଦ ତାଙ୍କୁ ଏ ନେଇ ପଚରାଉଚରା ଚଳାଇଛି।

ଏହା ପୂର୍ବରୁ ଏହି ମହିଳାଙ୍କ ସଂପର୍କରେ ଗୁଇନ୍ଦା ଏଜେନ୍ସିମାନେ ଏକ ସତର୍କତା ଜାରି କରିଥିଲେ । ଏହି ରିପୋର୍ଟ ଆଧାରରେ ଚୀନ ମହିଳାଙ୍କ ଏକ ରେଖାଚିତ୍ର ବା ସ୍କେଚ୍ ଜାରି କରାଯାଇଥିଲା । ସଂପୃକ୍ତ ମହିଳାର ନାଁ ସଙ୍ଗ୍ ସିଆଓଲାନ ବୋଲି ଜଣାପଡ଼ିଥିଲା ଓ ତା ସମ୍ପର୍କରେ କୌଣସି ସୂଚନା ମିଳିଲେ ପୁଲିସକୁ ଜଣାଇବାକୁ ଲୋକମାନଙ୍କୁ ନିବେଦନ କରାଯାଇଥିଲା । ଗୁଇନ୍ଦା ରିପୋର୍ଟ ଅନୁସାରେ ଉକ୍ତ ମହି​ଳା ଗତ ପ୍ରାୟ ୧ ବର୍ଷ ହେଲା ବିନା ଭିସାରେ ବୋଧଗୟାରେ ରହୁଥିଲେ ।

Leave A Reply

Your email address will not be published.