ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମହଙ୍ଗା ମାଡ: ଅଭିନବ ଉପାୟରେ ଆସି ଦାଖଲ କଲେ ପ୍ରାର୍ଥୀପତ୍ର

ପାଟନା: ପଞ୍ଚାୟତ ନିର୍ବାଚନକୁ ନେଇ ବିହାର ରାଜନୀତି ସରଗରମ । ଏଥିରେ ପ୍ରାର୍ଥୀଙ୍କୁ ଅଲଗା ଅଲଗା ବେଶଭୂଷାରେ ଦେଖିବାକୁ ମିଳୁଛି। ଏବେ କଟିହାର ଜିଲ୍ଲାର ଜଣେ ପ୍ରାର୍ଥୀ ମଇଁଷି ଉପରେ ବସି ମୁଖିଆ ପଦ ପାଇଁ ନାମାଙ୍କନ ଦାଖଲ କରିବାକୁ ଯାଇ ସମସ୍ତଙ୍କୁ ଆଚମ୍ବିତ କରିଦେଇଛନ୍ତି । କଟିହାର ହସନଗଞ୍ଜ ବ୍ଲକ ରାମପୁର ପଞ୍ଚାୟତର ମୁଖ୍ୟ ପଦ ପାଇଁ ନିର୍ବାଚନ ଲଢୁଥିବା ଆଜାଦ ଆଲାମ ମଇଁଷି ଉପରେ ବସି ପ୍ରାର୍ଥୀପତ୍ର ଦାଖଲ କରିବାକୁ ଯାଇଛନ୍ତି ।

ଏହାର କାରଣ ପଚାରିବାରୁ ସେ କହିଛନ୍ତି ଯେ, ବର୍ତ୍ତମାନ ଲୋକଙ୍କ ଉପରେ ମହଙ୍ଗା ମାଡ ପଡିଛି । ଦେଶ ଆର୍ଥିକ ମାନ୍ଦାବସ୍ଥାର ସମ୍ମୁଖୀନ ହେଉଛି। ପେଟ୍ରୋଲ-ଡିଜେଲ ମୂଲ୍ୟ ବଢିବାରେ ଲାଗିଛି। ଆମେ ପଶୁପାଳନ କରୁଛି। ମଇଁଷି ପାଳୁଛୁ। ଏହାର କ୍ଷୀର ପିଉଛୁ ଏବଂ ଉପରେ ବସି ଯାତ୍ରା କରୁଛୁ।

Leave A Reply

Your email address will not be published.