ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପଶ୍ଚିମବଙ୍ଗରେ ଧରାପଡ଼ିଲା ବଡ଼ଧରଣର ନିଶା ରାକେଟ, ୬୫ କୋଟିର ବ୍ରାଉନ୍‌ସୁଗାର ସହ ୬ ଗିରଫ

ଭୁବନେଶ୍ବର : ପଶ୍ଚିମବଙ୍ଗରେ ଧରାପଡ଼ିଲା ବଡ଼ଧରଣର ନିଶା ରାକେଟ। ବେଙ୍ଗଲ ଏସ୍‌ଟିଏଫ୍‌ ବର୍ଦ୍ଦମାନରେ ୬୫ କୋଟିର ବ୍ରାଉନ୍‌ସୁଗାର, ୨୦ ଲକ୍ଷ ଟଙ୍କା ସହ ୬ ନିଶା ମାଫିଆଙ୍କୁ ଗିରଫ କରିଛି। ଗିରଫ ୬ ଜଣଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ରହିଛନ୍ତି। 

ସୂଚନାଅନୁସାରେ ପଶ୍ଚିମବଙ୍ଗ ଏସ୍‌ଟିଏଫ୍‌ ଓ ପୁଲିସ୍‌ ମିଳିତ ଚଢ଼ଉ କରି ଦୁଇ ଓଡ଼ିଆ ନିଶା ମାଫିଆକୁ ଧରିଥିଲା। ସେମାନଙ୍କୁ ଜେରା ବେଳେ ନିଶା କାରବାର ପୂରା ଘଟଣା ସାମ୍ନାକୁ ଆସିଥିଲା। ଏହାପରେ ଦୁଇଙ୍କ ସୂଚନାକୁ ଆଧାର କରି ବେଙ୍ଗଲ ଏସ୍‌ଟିଏଫ୍‌ ଜାଣିବାକୁ ପାଇଥିଲା ଯେ ଏହାର ଲିଙ୍କ ଓଡ଼ିଶା-ପଶ୍ଚିମବଙ୍ଗ-ମଣିପୁର ପର୍ଯ୍ୟନ୍ତ ଲମ୍ୱିଛି।  ଗିରଫ ଅଭିଯୁକ୍ତଙ୍କ ତଥ୍ୟ ଆଧାରରେ ମର୍ଦ୍ଦମାନ ଥାନା ପୁଲିସ୍‌ ଓ ପଶ୍ଚିମବଙ୍ଗ ଏସ୍‌ଟିଏଫ୍‌ ଚଢ଼ଉ କରି ପଶ୍ଚିମବଙ୍ଗରୁ ଓ ମଣିପୁରରୁ ଦୁଇ ଜଣ ଲେଖାଏଁ ନିଶା ବେପାରୀଙ୍କୁ ଗିରଫ କରିଛି।ଗିରଫ ହୋଇଥିବା ନିଶା ବେପାରୀଙ୍କଠାରୁ ୧୩ କେଜି ହେରୋଇନ୍‌ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୬୫ କୋଟି ଟଙ୍କା ହେବ। ଏହାଛଡ଼ା ସେମାନଙ୍କଠାରୁ ନଗଦ ୨୦ ଲକ୍ଷ ଟଙ୍କା, ଟଙ୍କା ଗଣା ମେସିନ୍‌ ଓ କିଛି ରାସାୟନିକ ସାମଗ୍ରୀ ଜବତ କରିଛି।

ପଶ୍ଚିମବଙ୍ଗ ଏସ୍‌ଟିଏଫ୍‌ ହାତରେ ଧରା ପଡିଥିବା ଦୁଇ ଓଡ଼ିଆ ନିଶା ମାଫିଆଙ୍କ ନାଁରେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଥାନାରେ ସଙ୍ଗୀନ ମାମଲା ରହିଛି। ଏମାନେ ବ୍ରାଉନ ସୁଗାର୍ ତିଆରି କରୁଥିଲେ। ବିଭିନ୍ନ କେମିକାଲ ଦେଇ ବ୍ରାଉନ ସୁଗାର୍ ତିଆରି କରୁଥିଲେ। ପୁଲିସ କେମିକାଲକୁ ମଧ୍ୟ ଜବତ କରିଛି। ୬ ନିଶା ମାଫିଆଙ୍କୁ କୋର୍ଟରେ ହାଜର କରିବା ପରେ ରିମାଣ୍ଡରେ ଆଣି ପଶ୍ଚିମବଙ୍ଗ ଏସ୍‌ଟିଏଫ୍‌ ଅଧିକ ତଦନ୍ତ କରିବ । 

Leave A Reply

Your email address will not be published.