ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶିକ୍ଷା କ୍ଷେତ୍ର ପାଇଁ ବଜେଟରେ ବଡ଼ ବ୍ୟବସ୍ଥା : ଆରମ୍ଭ ହେବ ପିଏମ୍ ଇ-ବିଦ୍ୟା କାର୍ଯ୍ୟକ୍ରମ

ନୂଆଦିଲ୍ଲୀ : ସଂସଦରେ ଉପସ୍ଥାପିତ ହେଉଛି କେନ୍ଦ୍ର ବଜେଟ ୨୦୨୨-୨୩। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ  ବଜେଟ ନେଇ ସର୍ବେଶେଷ ତଥ୍ୟ ତାଙ୍କ ଅଭିଭାଷଣ ମାଧ୍ୟମରେ ପ୍ରଦାନ କରୁଛନ୍ତି। ଚଳିତ ବଜେଟରେ ଶିକ୍ଷା କ୍ଷେତ୍ର ପାଇଁ ବଡ ଘୋଷଣା କରାଯାଇଛି। କରୋନା ମହାମାରୀ ସମୟରେ ସ୍କୁଲଗୁଡ଼ିକ ବନ୍ଦ ଥିବାରୁ ପିଲାମାନଙ୍କ ଶିକ୍ଷା ବିଶେଷ ଭାବେ ପ୍ରଭାବିତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ସରକାର ପିଏମ ଇ-ବିଦ୍ୟା ଅଧିନସ୍ଥ ଗୋଟିଏ ଶ୍ରେଣୀ-ଗୋଟିଏ ଟିଭି ଚ୍ୟାନେଲ’ କାର୍ଯ୍ୟକ୍ରମର ସଂପ୍ରସାରଣ କରି ୨୦୦ ଚ୍ୟାନେଲକୁ ବୃଦ୍ଧି କରାଯିବ । ଏହା ଦ୍ବାରା ପ୍ରଥମ ଶ୍ରେଣୀରୁ ୧୨ଶ ଶ୍ରେଣୀ ପିଲାମାନଙ୍କୁ ଶିକ୍ଷା ଦାନରେ ସହାୟତା ମିଳିପାରିବ ।

ଏଥିସହିତ ଦେଶରେ ଡିଜିଟାଲ ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯିବ  । ତା ସହିତ ମାନସିକ ସମସ୍ୟାର ମୁକାବିଲା ପାଇଁ ନ୍ୟାସନାଲ ଟେଲିମେଣ୍ଟାଲ ହେଲଥ୍ ପୋଗ୍ରାମ ମଧ୍ୟ ଆରମ୍ଭ କରାଯିବ। ନିମହାନ୍ସ ସହାୟତାରେ ଆରମ୍ଭ କରାଯିବ ଟେଲି ମେଣ୍ଟାଲ ହେଲ୍‌ଥ୍‌। ଅଙ୍ଗନବାଡ଼ିକୁ ଅଧିକ ସୁଦୃଢ଼ କରାଯିବ, ତିଆରି ହେବ ସକ୍ଷମ-ଅଙ୍ଗନବାଡ଼ି। ଏହି ଯୋଜନାରେ ଦେଶରେ ୨ ଲକ୍ଷ ଅଙ୍ଗନବାଡ଼ିକୁ ଅପଗ୍ରେଡ କରାଯିବ।ତା ସହିତ ସ୍କୁଲର ସବୁ ଶ୍ରେଣୀଗୃହରେ ଲାଗିବ ଟିଭି  ଏବଂ ଆଇଟିଆଇ ପିଲାଙ୍କୁ ଡ୍ରୋନ୍ ଟ୍ରେନିଂ ଦିଆଯିବ ବୋଲି ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଘୋଷଣା କରିଛନ୍ତି।

Leave A Reply

Your email address will not be published.