ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜାଲରେ ପଡିଲା ବିଶାଳକାୟ ମାଛ, ଯାହାର ଦାମ ୩୬ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା

କଲିକତା: ଗୋଟିଏ ମାଛ ପାଇଁ ଲକ୍ଷପତି ହୋଇଗଲେ ମତ୍ସ୍ୟଜୀବୀ । ନଦୀରେ ମାଛ ଧରିବାବେଳେ ଜାଲରେ ପଡିଲା ଏକ ବିଶାଳକାୟ ମାଛ । ମାଛ ପାଇଁ ନିଲାମ ଡକାଗଲା। ଲକ୍ଷେ ନୁହେଁ କି ୨ ଲକ୍ଷ ନୁହେଁ, ପୁରା ୩୬ ଲକ୍ଷ ୫୩ ହଜାର ଟଙ୍କାରେ ବିକ୍ରି ହେଲା ଏହି ବିଶାଳକାୟ ମାଛ। ଆଂଜ୍ଞା ହଁ, ଗୋଟିଏ ମାଛର ଦାମ ନିଲାମିରେ ଡକାଯାଇଛି ୩୬ ଲକ୍ଷ ୫୩ ହଜାର ଟଙ୍କା । ଶେଷରେ ଜଣେ ବ୍ୟବସାୟୀ ମାଛଟିକୁ ଏତିକି ଟଙ୍କାରେ କିଣି ନେଇଥିଲେ। ପଶ୍ଚିମବଙ୍ଗ ସୁନ୍ଦରବନ ଅଞ୍ଚଳର ୫ଜଣ ମତ୍ସ୍ୟଜୀବୀ ମାଛ ଧରିବା ବେଳେ ଜାଲରେ ପଡିଥିଲା ୭୮.୪ କେଜି ଓଜନର ଏହି ବିଶାଳକାୟ ମାଛ।

1635107123 25nblbhola3 3colnew
Photo Credit- telegraphindia

ମାଛଟିର ନାଁ ତେଲିଆ ଭୋଲା। ଜାଲରେ ମାଛଟି ପଡ଼ିବା ପରେ ଏହାକୁ ବଜାରରେ ବିକ୍ରି ପାଇଁ ନିଆଯାଇଥିଲା। ଯାହାକୁ ଦେଖିବାକୁ ଲୋକଙ୍କ ଭିଡ ଜମିବା ସହ ନିଲାମି ଡକାଯାଇଥିଲା। ଏତେବଡ଼ ମାଛକୁ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ ଲୋକ।

Leave A Reply

Your email address will not be published.