ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ ନିଷ୍ପତ୍ତି : ଇଣ୍ଡିଆ ଗେଟରେ ସ୍ଥାପନ ହେବ ନେତାଜୀ ସୁଭାଷଙ୍କ ପ୍ରତିମୂର୍ତ୍ତି

ନୂଆଦିଲ୍ଲୀ : ଇଣ୍ଡିଆ ଗେଟ୍‌ରେ ସ୍ଥାପନ ହେବ ନେତାଜୀ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତି। ଆଜି ଏହି ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଇଣ୍ଡିଆ ଗେଟ୍‌ରୁ ଅମର ଯବାନ ଜ୍ୟୋତିକୁ ଜାତୀୟ ଯୁଦ୍ଧ ସ୍ମାରକୀରେ ବିଲୟ କରିବା ପରେ ସେଠି ରହିବ ନେତାଜୀ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ସୂଚନା ଦେଇଛନ୍ତି।


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ବିଟ୍‌ କରି ଲେଖିଛନ୍ତି ‘ଯେତେବେଳେ ସାରା ଦେଶ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ପାଳନ କରିବାକୁ ଯାଉଛି, ସେତେବେଳେ ମୁଁ ଖୁସିର ସହ ଘୋଷଣା କରୁଛି ଯେ, ଗ୍ରାନାଇଟ୍‌ରେ ପ୍ରସ୍ତୁତ ତାଙ୍କର ଭବ୍ୟ ପ୍ରତିମା ଇଣ୍ଡିଆ ଗେଟ୍‌ ଉପରେ ସ୍ଥାପନ କରିଯିବ । ଏହା ତାଙ୍କ ପ୍ରତି ଭାରତକୁ ଋଣୀ କରିବାର ପ୍ରତୀକ ହେବ ।’ ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଜାନୁଆରୀ ୨୩ ତାରିଖରେ ନେତାଜୀଙ୍କ ୧୨୫ତମ ଜୟନ୍ତୀ ଅବସରରେ ତାଙ୍କ ହେଲୋଗ୍ରାମ ମୂର୍ତ୍ତିର ଉଦଘାଟନ ହେବ।ତେବେ ଗ୍ରାନାଇଟ୍ ତିଆରି ପ୍ରତିମୂର୍ତ୍ତି  ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ହୋଲୋଗ୍ରାମ ଷ୍ଟାଚ୍ୟୁ ସମାନ ସ୍ଥାନରେ ରହିବ।


ସୂଚନାଯୋଗ୍ୟ ଦିଲ୍ଲୀର ଇଣ୍ଡିଆ ଗେଟ୍ ନିକଟରେ ୫୦ ବର୍ଷ ଧରି ଜଳୁଥିବା ଅମର ଯବାନ ଜ୍ୟୋତିକୁ ଶୁକ୍ରବାରଠାରୁ ଜାତୀୟ ଯୁଦ୍ଧ ସ୍ମାରକୀରେ ଜଳୁଥିବା ଜ୍ୟୋତିରେ ବିଲୟ କରାଯିବ। ଯାହାକୁ ନେଇ କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ଏହି ନିଷ୍ପତ୍ତି ନେଇ କେନ୍ଦ୍ର ସରକାରଙ୍କୁ ବିରୋଧ କରୁଛନ୍ତି। ବିବାଦ ସୃଷ୍ଟି ହେବାପାରେ ସ୍ପଷ୍ଟୀକରଣ ଦେଇ କେନ୍ଦ୍ର ସରକାର ମଧ୍ୟ କହିଛନ୍ତି ଯେ ଅମର ଯବାନ ଜ୍ୟୋତିର ଏକ ଅଂଶକୁ ଜାତୀୟ ଯୁଦ୍ଧ ସ୍ମାରକୀ ପର୍ଯ୍ୟନ୍ତ ନିଆଯିବ। ଜାତୀୟ ଯୁଦ୍ଧ ସ୍ମାରକୀରେ ସବୁ ଭାରତୀୟ ସହିଦଙ୍କ ନାଁ ସ୍ଥାନ ପାଇଛି। ୧୯୭୧ ସମେତ ସବୁ ଯୁଦ୍ଧର ସହିଦଙ୍କ ନାଁ ଏଥିରେ ରହିଛି। ଏହା ହିଁ ସହିଦଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି କେନ୍ଦ୍ର ସରକାର କହିଛନ୍ତି।


କେନ୍ଦ୍ର ସରକାର ଆହୁରି କହିଛନ୍ତି, ଏହାକୁ ନେଇ ଅନେକଗୁଡିକ ଭୁଲ୍‌ ସୂଚନା ଦିଆଯାଉଛି। ଅଯଥା ଗୁଜବ ସୃଷ୍ଟି କରାଯାଉଛି। ୧୯୭୧ ମସିହାରେ ଅମର ଯବାନ ଜ୍ୟୋତି ଜଳା ଯାଇଥିଲା। ଯୁଦ୍ଧରେ ପ୍ରାଣ ହରାଇଥିବା ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଏହି ଜ୍ୟୋତିକୁ ପ୍ରଜ୍ଜଳିତ କରାଯାଇଥିଲା। କିନ୍ତୁ ସେଠାରେ କୌଣସି ସହିଦ ଯବାନଙ୍କ ନାଁ ଉଲ୍ଲେଖ କରାଯାଇନଥିଲା। ୧୯୭୧ ଯୁଦ୍ଧରେ ସହିଦ ହୋଇଥିବା ଯବନାଙ୍କ ନାଁ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକରେ ରଖାଯାଇଥିଲା। ଏଥିପାଇଁ ସେଠାରେ ଏହି ଜ୍ୟୋତି ଜଳିବା ହିଁ ଯବାନମାନଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି କେନ୍ଦ୍ର କହିଛି।

Leave A Reply

Your email address will not be published.