ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସମ୍ବଲପୁରରେ ବଡ ଧରଣର ବାଇକ ଚୋର ଗ୍ୟାଙ୍ଗର ପର୍ଦାଫାଶ କଲା ପୁଲିସ; ୨୧ ବାଇକ ଉଦ୍ଧାର, ୧୩ ଗିରଫ

ସମ୍ବଲପୁର: ସମ୍ବଲପୁର ପୁଲିସକୁ ବଡ ସଫଳତା । ବାଇକ ଚୋରିର ବଡଧରଣର ରାକେଟର ପର୍ଦ୍ଦାଫାସ କରିଛି ଜିଲ୍ଲା ପୁଲିସ । ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟାରେ ବାଇକ ଚୋରି ହୋଇଥିବା ନେଇ ଅନେକ ଥାନାରେ ଅଭିଯୋଗ ହୋଇଥିଲା । ଏନେଇ ପୁଲିସ ସ୍ବତନ୍ତ୍ର ଟିମ୍ ଗଠନ କରି ଏହାର ପର୍ଦ୍ଦାଫାସ ପାଇଁ ଉଦ୍ୟମ ଜାରି ରଖିଥିଲା । ଫଳରେ ଆଜି ପୁଲିସକୁ ସଫଳତା ମିଳିଛି ।

ଚୋରି ହୋଇଥିବା ଗାଡିର ଚିହ୍ନଟକରଣ ଏବଂ ପୁନରୁଦ୍ଧାର ପାଇଁ ଟାଉନ ଥାନା, ଧନୁପାଲି ଥାନା ଏବଂ ରେଙ୍ଗାଲି ଥାନାର ଭାରପ୍ରlପ୍ତ ଅଧିକାରୀଙ୍କ ସହିତ ସମ୍ବଲପୁର ପୋଲିସ ଏକ ସ୍ୱତନ୍ତ୍ର ଦଳ ଗଠନ କରିଥିଲା ​​। ଜୁଜୁମୁରା, ଚାରମାଳ, ରେଢ଼lଖୋଲ, ରେଙ୍ଗାଲୀ, ସମ୍ବଲପୁର ଏବଂ ବଉଦ ଜିଲ୍ଲା ଅଞ୍ଚଳରୁ ଚଢ଼ାଉ କରି ଚୋରି ହୋଇଥିବା ୨୧ ଟି ମୋଟର ଯାନ ଉଦ୍ଧାର କରାଯାଇଛି। ୧୧ ଜଣ ଅଭିଯୁକ୍ତ ଏବଂ ଚୋରି ହୋଇଥିବା ସମ୍ପତ୍ତିକୁ କିଣିଥିବା ୨ ଜଣ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.