ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭୟଙ୍କର ସଡକ ଦୁର୍ଘଟଣା: ବସ୍‌ ଓ କାର୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଅଗ୍ନିକାଣ୍ଡ, ୫ ଜୀବନ୍ତ ଦଗ୍ଧ

ରାଞ୍ଚି: ଝାଡଖଣ୍ଡର ରାମଗଡ ଜିଲ୍ଲାରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି।  ବସ୍‌ ଓ କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୫ ଜଣ ଜୀବନ୍ତ ଜଳି ଯାଇଥିବା ଜଣାପଡ଼ିଛି। ଏଥିସହ ଅନେକ ଆହତ ହୋଇଛନ୍ତି। ସମସ୍ତ ମୃତକ ବିହାରର ବୋଲି ଜଣାପଡିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଏବଂ ଜଣେ ବାଳକ ଥିବା ସୂଚନା ମିଳିଛି।

ପୁଲିସ ସୂଚନା ମୁତାବକ, ଆଜି ସାକଳେ ଝାଡଖଣ୍ଡର ରାମଗଡ ବୋକାରୋ ଏନ୍‌ଏଚ୍‌-୨୩ରେ ଏକ କାର୍‌ ଏବଂ ବସ୍‌ ମଧ୍ୟରେ ଜୋରଦାର ଧକ୍କା ହୋଇଥିଲା। ଏହାପରେ ବସ୍‌ଟି କାର୍‌ ଉପରେ ଚଢ଼ିଯାଇଥିଲା। ପରେ ବସ୍‌ରେ ନିଆଁ ଲାଗିଥିଲା। ଏହି ନିଆଁ  କାର୍‌ ଯାଏଁ ବ୍ୟାପି ଯାଇଥିଲା। ଫଳରେ କାର୍‌ରେ ବସିଥିବା ୫ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ତେବେ ପୂରାପୁରି ଜଳି ଯାଇଥିବା ଯୋଗୁଁ ମୃତକଙ୍କ ପରିଚୟ ମିଳିପାରି ନାହିଁ।

ସେପଟେ ବସ୍‌ରେ ଥିବା ଅଧିକାଂଶ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମହାରାଜା ନାମକ ଏକ ଯାତ୍ରୀବାହୀ ବସ୍‌ ରାମଗଡରୁ ଧନବାଦ ଯାଉଥିଲା। ଏହି ସିମୟରେ ଏକ ୱାଗନ କାର୍‌ ସହ ଧକ୍କା ହୋଇଥିଲା। ଅନେକ ଲୋକ ଏବେବି ବସ୍‌ ଭିତରେ ଫଶି ରହିଥିବା ଆଶଙ୍କା କରାଯାଉଛି। ସେମାନଙ୍କ ଉଦ୍ଧାର କାର୍ଯ୍ଯ ଜାରି ରହିଛି। ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.