ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆସନ୍ତା ମାସରେ ମୋଦୀ-ବାଇଡେନ ଭେଟ

ନୂଆଦିଲ୍ଲୀ: ଆସନ୍ତା ମାସରେ ଜାପାନର ଟୋକିଓରେ ‘କ୍ବାଡ’ ବୈଠକ ହେବାକୁ ଯାଉଛି। ଏହି ବୈଠକରେ ଯୋଗ ଦେବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୋକିଓ ଗସ୍ତ କରିବେ । ଏଠାରେ ମୋଦୀ-ବାଇଡେନଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହେବ ବୋଲି ହ୍ବାଇଟ ହାଉସ ପକ୍ଷରୁ କୁହାଯାଇଛି। ଭାର ତ – ପ୍ର ଶାନ୍ତ ମହାସାଗରୀୟ କ୍ଷେତ୍ରରେ ଚୀନ୍‌କୁ ରୋକିବା ପାଇଁ ଏହି ବୈଠକରେ ଚର୍ଚ୍ଚା ହୋଇପାରେ। ଏହା ପୂର୍ବରୁ ‘୨+୨’ ବୈଠକ ସମୟରେ ଉଭୟ ନେତା ଭର୍ଦୁଆଲ ସାକ୍ଷାତ କରିଥିଲେ। ୟୁକ୍ରେନ ଆକ୍ରମଣକୁ ନେଇ ରୁଷ ଉପରେ ଆମେରିକା ଅନେକ କଟକଣା ଲଗାଇଛି। ବୈଠକରେ ରୁଷଠାରୁ ତେଲ ଏବଂ ଗ୍ୟାସ ନ କିଣିବାକୁ ସେ ମୋଦୀଙ୍କୁ କହିଥିଲେ।

Leave A Reply

Your email address will not be published.