ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଋଷକୁ ବାଇଡେନ୍‌ଙ୍କ ଧମକ : ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହ

ୱାଶିଂଟନ୍ : ଆରମ୍ଭ ହୋଇଛି ୟୁକ୍ରେନ-ଋଷିଆ ଯୁଦ୍ଧ । ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧର ଘୋଷଣା କରିଛନ୍ତି ଋଷ୍ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ । ଋଷର ଘୋଷଣା ପରେ ସ୍ଥିତି ଉଗ୍ର ରୂପ ନେବାରେ ଲାଗିଛି । ଏହାରି ମଧ୍ୟରେ ୟୁକ୍ରେନର ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ବିସ୍ଫୋରଣ ଘଟିବାର ଖବର ସାମ୍ନାକୁ ଆସିଛି । ୟୁକ୍ରେନ ରାଜଧାନୀ କିଭିର ମୁଖ୍ୟ ଏୟାରପୋର୍ଟ ନିକଟରେ ବହୁ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିବା ଏକ ମିଡିଆ ରିପୋର୍ଟରେ କୁହାଯାଇଛି । ଏଥି ସହିତ ୩୦୦ରୁ ଅଧିକ ୟୁକ୍ରେନ୍ ନାଗରିକ ପ୍ରାଣ ହରାଇଥିବା ଖବର ସାମ୍ନାକୁ ଆସିଛି।

ଯୁକ୍ରେନରେ ପରିସ୍ଥିତି ଅଣାୟତ ହେଉଥିବା ବେଳେ ପ୍ରତିକ୍ରିୟା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଆମେରିକାର ରାଷ୍ଟ୍ରପତି ଜୋ ବିଡେନ କହିଛନ୍ତି ଯେ ସେ ସମଗ୍ର ବିଷୟ ଉପରେ ନଜର ରଖିଛନ୍ତି ଏବଂ  ସେ ଜି-୭ ଏବଂ ନାଟୋ ଗ୍ରୁପ୍ ଦେଶମାନଙ୍କ ସହିତ ଏକ ବୈଠକ ଡାକିଛନ୍ତି।  ସେ କହିଛନ୍ତି ଯେ ଏହି ଯୁଦ୍ଧରେ ମୃତ୍ୟୁ ଓ ବିନାଶ ପାଇଁ ବିଶ୍ୱ ଋଷକୁ ଦାୟୀ କରିବ। ବିଡେନ ବର୍ତ୍ତମାନ ହ୍ବାଇଟ ହାଉସର ସମସ୍ତ ବିଷୟ ଉପରେ ନଜର ରଖିଛନ୍ତି ଏବଂ ତାଙ୍କ ଜାତୀୟ ସୁରକ୍ଷା ଦଳରୁ କ୍ରମାଗତ ସୂଚନା ସଂଗ୍ରହ କରୁଛନ୍ତି।

ଏଥି ସହିତ ଋଷର ଏହି ଆଭିମୁଖ୍ୟକୁ ନେଇ କଡ ନିନ୍ଦା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଆମେ ଏହାର ଜବାବ ଦେବୁ । ଋଷ ଘୋଷଣା କରିଛି ୟୁକ୍ରେନକୁ ଦଖଲ କରିବାକୁ ଋଷର କୌଣସି ଇଚ୍ଛା ନାହିଁ । ହେଲେ ଆକ୍ରମଣ କରିଛି । ଆକ୍ରମଣରେ ଯେଉଁ ମୃତ୍ୟୁ ହୋଇଛି ତାହା ପାଇଁ ବେଳେ ଋଷ ହିଁ ଦାୟୀ ବୋଲି ବାଇଡେନ କହିଛନ୍ତି । ପୁରା ସ୍ଥିତି ଉପରେ ଆମେରିକା ନଜର ରଖିଛି ଏବଂ ବିଶ୍ୱ ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କଲେ ଋଷ ତାର ପରିଣାମ ଭୋଗିବ ବୋଲି ଆଜି ଜୋ ବାଇଡେନ୍ ପ୍ରେସ ରିଲିଜ୍ ଜାରି କରି ସୂଚନା ଦେଇଛନ୍ତି ।ଏହା ସହିତ ଆସନ୍ତାକାଲି ଜି-୭ ରାଷ୍ଟ୍ରନେତାଙ୍କୁ ଜରୁରୀକାଳୀନ ବୈଠକ ପାଇଁ ଆମନ୍ତ୍ରୀତ କରିଛନ୍ତି ଆମେରିକା ରାଷ୍ଟ୍ରପତି । ନାଟୋ ସହଯୋଗୀ ଦେଶ ମାନଙ୍କ ସହିତ ମଧ୍ୟ ଏହି ପ୍ରସଙ୍ଗରେ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.