ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭୁବନେଶ୍ବରରେ ଉପଲବ୍ଧ ହେବ ଲଣ୍ଡନ, ନ୍ୟୁୟର୍କ ଓ ସିଙ୍ଗାପୁର ଭଳି ବିଶ୍ୱସ୍ତରୀୟ ସହରର ସୁବିଧା: ଖୁବ୍‌ ଶିଘ୍ର ଆରମ୍ଭ ହେବ ‘ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‍’

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ଉପଲବ୍ଧ ହେବ ଲଣ୍ଡନ, ନ୍ୟୁୟର୍କ ଓ ସିଙ୍ଗାପୁର ଭଳି ବିଶ୍ବର ବଡ ବଡ ସହରରେ ମିଳୁଥିବା ସୁବିଧା। ଖୁବଶୀଘ୍ର ରାଜଧାନୀବାସୀଙ୍କୁ ମିଳିବ ୨୪ଘଣ୍ଟା ବିଶୁଦ୍ଧ ପାନୀୟ ଜଳ । ଏଥିପାଇଁ ଭୁବନେଶ୍ୱର ସ୍ମାର୍ଟସିଟି  BSCL ସ୍ମାର୍ଟସିଟି ମିଶନ ଜରିଆରେ ଖର୍ଚ୍ଚ କରିବ ୨୦କୋଟି । ଏହି ବିଶୁଦ୍ଧ ଜଳକୁ ବିନା ଗରମ କିମ୍ବା ଛାଣି ସିଧାସଳଖ ପାଇପରୁ ପିଇ ପାରିବେ । ଡ୍ରିଙ୍କ ଫ୍ରମ ଟ୍ୟାପ୍ ଯୋଜନା ପ୍ରାଥମିକ ପର୍ଯ୍ୟାୟରେ ସହରର ସହିଦନଗର, ସତ୍ୟନଗର, ଖାରବେଳ ନଗର, ବାପୁଜୀ ନଗର ଓ ଅଶୋକ ନଗରରେ କାର୍ଯ୍ୟକାରୀ ହେବ । ଏହା ଦ୍ୱାରା ପ୍ଲାଷ୍ଟିକ ବୋତଲର ବ୍ୟବହାର ହ୍ରାସ ପାଇବା ସହିତ ପ୍ରଦୂଷଣ ନିୟନ୍ତ୍ରଣରେ ସହାୟକ ହେବ । ଏହି ପ୍ରକଳ୍ପରେ ମୋଟ ୩୫କୋଟି ବିନିଯୋଗ କରାଯିବ ।

ସ୍ମାର୍ଟସିଟିର ଏହି ପ୍ରକଳ୍ପକୁ ୱାଟକୋ ଦ୍ୱାରା କାର୍ଯ୍ୟକାରୀ କରାଯିବ । ଏଥିପାଇଁ ବିଏସସିଏଲ୍‌ ପକ୍ଷରୁ ୧୦କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି । ଏହି ସୁବିଧା ଲଣ୍ଡନ, ନ୍ୟୁୟର୍କ ଓ ସିଙ୍ଗାପୁର ଭଳି ବିଶ୍ୱସ୍ତରୀୟ ସହରରେ ଉପଲବ୍ଧ ଥିବା ବେଳେ ଓଡ଼ିଶାରେ ପ୍ରଥମ ସହର ଭାବେ ପୁରୀରେ କାର୍ଯ୍ୟକ୍ଷମ ହୋଇଛି । ବର୍ତ୍ତମାନ ଭୁବନେଶ୍ୱର ରାଜ୍ୟର ଦ୍ୱିତୀୟ ସହର ଭାବେ ଏହି ଯୋଜନାରେ ସାମିଲ ହେବାକୁ ଯାଉଛି । ଏହାଦ୍ୱାରା ମନ୍ଦିରମାଳିନୀ ଏକାମ୍ରକ୍ଷେତ୍ରରୁ ୪୦୦ଟନ ପ୍ଲାଷ୍ଟିକ ବର୍ଜ୍ୟକୁ ରୋକିବାରେ ସହାୟକ ହେବ । ଏଣୁ ଏଥିପାଇଁ ରାଜଧାନୀବାସୀଙ୍କ ସହଯୋଗ କାମନା କରିଛନ୍ତି ବିଏମସି କମିଶନର ତଥା ବିଏସ୍‌ସିଏଲ୍‌ର CEO  ସଞ୍ଜୟ କୁମାର ସିଂହ ।

Leave A Reply

Your email address will not be published.