ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭୁବନେଶ୍ୱର ଶୁଭଶ୍ରୀ ଆତ୍ମହତ୍ୟା ମାମଲା: ସିନ୍ ରିକ୍ରିଏସନ୍ କରି ଡେମୋ ଦେଖାଇଲା ପୁରୁଷବନ୍ଧୁ ଚିତ୍ତରଞ୍ଜନ

ଭୁବନେଶ୍ୱର: ଭୁବନେଶ୍ୱର ଶାସ୍ତ୍ରୀନଗର ଶୁଭଶ୍ରୀ ଆତ୍ମହତ୍ୟା ମାମଲାରେ ଖୋଲିବ ଅଧିକ ଗୁମର । ଅଭିଯୁକ୍ତ ପୁରୁଷବନ୍ଧୁ ଚିତ୍ତରଞ୍ଜନ ଜେନାକୁ ସାଙ୍ଗରେ ନେଇ କ୍ରାଇମ ସିନ୍‌ ରି-କ୍ରିଏସନ୍‌ କଲା ଖାରବେଳ ନଗର ଥାନା ପୋଲିସ । ଆତ୍ମହତ୍ୟା ପରେ କିଭଳି ମୃତ ଦେହକୁ ବାହାର କରିଥିଲା ସେନେଇ ପୋଲିସକୁ ଡେମୋ ଦେଖାଇଛି ଅଭିଯୁକ୍ତ ଚିତ୍ତ । ଅପରାହ୍ନରେ ଚିତ୍ତକୁ କୋର୍ଟ ଫରୱାର୍ଡ କରାଯିବ ବୋଲି ସୂଚନା ମିଳିଛି ।

ଶୁଭଶ୍ରୀଙ୍କ ମୃତଦେହକୁ କିଭଳି ଓହ୍ଲାଇଲା ଅଭିଯୁକ୍ତ ? ସେଠାରେ କଣ ସବୁ କରିଥିଲା ? କିଭଳି ଓଢ଼ଣୀ ନେଇ ଫିଙ୍ଗିଲା ? ପୋଲିସ ଆଗରେ ଡେମୋ ଦେଖାଇଲା ଅଭିଯୁକ୍ତ ଚିତ୍ତରଞ୍ଜନ ଜେନା । ଅଧିକ ତଥ୍ୟ ହାସଲ ପାଇଁ ତାକୁ ୪ ଦିନିଆ ରିମାଣ୍ଡରେ ଆଣିବାକୁ କୋର୍ଟରେ ପୋଲିସ ଆବେଦନ କରିବ ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଗତ ୨୯ ତାରିଖରେ ଆତ୍ମହତ୍ୟା କରିଥିଲେ ଶୁଭଶ୍ରୀ । ଘଟଣା ପୂର୍ବରୁ କ୍ୟାପିଟାଲ ହସପିଟାଲକୁ ଜଣେ ବ୍ୟକ୍ତିଙ୍କ ସହ ଯାଇଥିଲେ ଶୁଭଶ୍ରୀ । ଯାହାକୁ ନେଇ ଚିତ୍ତରଞ୍ଜନଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା । ଶୁଭଶ୍ରୀଙ୍କ ସହ ସମ୍ପର୍କ କାଟି ଦେବାକୁ ଧମକ ଦେଇଥିଲା ଅଭିଯୁକ୍ତ । ସେହିପରି ଜୁଲାଇ ୨ ତାରିଖରେ ଚିତ୍ତରଞ୍ଜନର ଅନ୍ୟ ଏକ ଝିଅ ସହ ନିର୍ବନ୍ଧ ହୋଇଥିଲା । ଏହି ଘଟଣା ସହ ଝଗଡ଼ାକୁ ନେଇ ଅବସାଦକୁ ଚାଲିଯାଇଥିଲେ ଶୁଭଶ୍ରୀ । ଆତ୍ମହତ୍ୟା କରିବାକୁ ଯାଉଥିବା କଥା ମୋବାଇଲ ଫୋନରେ ତାଙ୍କ ଭାଇ ଓ ଚିତ୍ତରଞ୍ଜନକୁ କହିଥିଲେ ଶୁଭଶ୍ରୀ । ତାପରେ ଆତ୍ମହତ୍ୟା କରିଥିଲେ ।

Leave A Reply

Your email address will not be published.