ରହିବା ପାଇଁ ସବୁଠାରୁ ଅନୁକୂଳ ରାଜଧାନୀ ତାଲିକାରେ ଚତୁର୍ଥ ସ୍ଥାନରେ ଭୁବନେଶ୍ୱର

ରହିବା ପାଇଁ ସବୁଠାରୁ ଅନୁକୂଳ ରାଜଧାନୀ ତାଲିକାରେ ଭୁବନେଶ୍ୱର ସ୍ଥାନ ପାଇଛି । ଦେଶରେ ରହିବା ପାଇଁ ସବୁଠାରୁ ଅନୁକୂଳ ରାଜଧାନୀର ଟପ୍ ଟେନରେ ଭୁବନେଶ୍ୱର ଚତୁର୍ଥ ସ୍ଥାନରେ ରହିଛି । ପ୍ରଥମ ସ୍ଥାନରେ ବେଙ୍ଗାଲୁରୁ ଥିବାବେଳେ ଦ୍ୱିତୀୟ ସ୍ଥାନରେ ଚେନ୍ନାଇ, ତୃତୀୟ ସ୍ଥାନରେ ସିମଲା ରହିଛି । ସେଂଟର ଫର୍ ସାଇନ୍ସ ଆଣ୍ଡ ଏନଭାୟର୍ନମେଂଟ –ସିଏସଇ ପକ୍ଷରୁ କରାଯାଇଥିବା ସର୍ଭେରେ ପଞ୍ଚମ ସ୍ଥାନରେ ମୁମ୍ବାଇ ରହିଥିବାବେଳେ, ଦିଲ୍ଲୀ ଷଷ୍ଠ, ଭୋପାଳ ସପ୍ତମ, ରାୟପୁର ଅଷ୍ଟମ, ଗାନ୍ଧିନଗର ନବମ ଓ ଜୟପୁର ଦଶମ ସ୍ଥାନରେ ରହିଛି । ଏହି ତାଲିକାରେ ଭୁବନେଶ୍ୱର ଚତୁର୍ଥ ସ୍ଥାନରେ ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ତୋଷ ପ୍ରକାଶ କରିଛନ୍ତି ।

Leave a comment