ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗଞ୍ଜାମର ରଙ୍ଗେଇଲୁଣ୍ଡାକୁ ବିମାନ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଦୀର୍ଘ ପ୍ରତୀକ୍ଷାର ଅନ୍ତ ହୋଇଛି। ରଙ୍ଗେଇଲୁଣ୍ଡାରୁ ଭୁବନେଶ୍ବର ଓ ଭୁବନେଶ୍ବରରୁ ରଙ୍ଗେଇଲୁଣ୍ଡାକୁ ସ୍ୱତନ୍ତ୍ର ଚାର୍ଟର ବିମାନସେବା ଆରମ୍ଭ ହୋଇଛି। ଗଞ୍ଜାମର ରଙ୍ଗେଇଲୁଣ୍ଡାକୁ ବିମାନ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପ୍ରାଥମିକ ପର୍ଯ୍ୟାୟରେ ରଙ୍ଗେଇଲୁଣ୍ଡା ବିମାନ ଘାଟିକୁ ୯ ସିଟ୍‌‌ ବିଶିଷ୍ଟ ବିମାନ ଉଡ଼ାଣ ଆରମ୍ଭ ହୋଇଛି। ପ୍ରତି ସପ୍ତାହରେ ଦୁଇ ଥର ଲେଖାଏଁ ଭୁବନେଶ୍ୱରରୁ ରଙ୍ଗେଇଲୁଣ୍ଡା ବିମାନ ଚଳାଚଳ କରିବ । ପରେ ଲୋକଙ୍କ ଚାହିଦା ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ସମୟରେ ବିମାନ ଘାଟିର ଭିତ୍ତିଭୂମି ବଢିବା ପରେ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ଆହୁରି ଅଧିକ ବିମାନ ଚଳାଚଳ ଓ ସିଟ୍‌‌ସଂଖ୍ୟା ବୃଦ୍ଧି ନେଇ ମଧ୍ୟ ନିଷ୍ପତ୍ତି ନିଆଯିବ ।

ଅନ୍ୟପଟେ ଆକାଶ ଏୟାର ଲାଇନ୍ସ ଭୁବନେଶ୍ବରରୁ ଏପ୍ରିଲ୍‌ ୧୭ରୁ ସେବା ବିମାନ ସେବା ଆରମ୍ଭ କରିବ। ଭୁବନେଶ୍ବର ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନ ବନ୍ଦରରୁ ଏପ୍ରିଲ ୧୭ ତାରିଖଠାରୁ ଆକାଶ ଏୟାର ଲାଇନ୍ସ ବେଙ୍ଗାଲୁରୁ ଓ ପୁଣେକୁ ବିମାନ ସେବା ଯୋଗାଇଦେବ। ଓଡ଼ିଶାରୁ ଏହା ଆକାଶ ଏୟାର ଲାଇନ୍ସ ପ୍ରଥମ ବିମାନ ସେବା ହେବ। ଆକାଶ ଏୟାରର ବିମାନ ବେଙ୍ଗାଲୁରୁ ଠାରୁ ଭୁବନେଶ୍ୱର, ଭୁବନେଶ୍ୱରରୁ ପୁଣେ ଏବଂ ପୁଣେରୁ ଭୁବନେଶ୍ୱରକୁ ଉଡିବ ।

ଆକାଶ ଏୟାର ଲାଇନ୍ସର ବିମାନ(QP1381) ଏପ୍ରିଲ ୧୭ ତାରିଖ ସକାଳ ୫.୪୦ରେ ବେଙ୍ଗାଲୁରୁରୁ ଭୁବନେଶ୍ବର ଅଭିମୁଖେ ଆସି ସକାଳ ୭.୫୦ରେ ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନ ବନ୍ଦରରେ ପହଞ୍ଚିବ। ଏଥି ସହିତ ଆକାଶ ଏୟାର ଲାଇନ୍ସର ବିମାନ( QP1382) ଭୁବନେଶ୍ବରରୁ ସକାଳ ୮.୪୦ରେ ଉଡାଣ ଭରି ୧୦.୫୦ରେ ପୁଣେରେ ପହଞ୍ଚିବ। ସେହିପରି ଆକାଶ ଏୟାରର (QP1383 ) ବିମାନ ପୁଣେରୁ ପୂର୍ବାହ୍ନ ୧୧.୨୫ରେ ଛାଡି ଭୁବନେଶ୍ବରରେ ମଧ୍ୟାହ୍ନ ୧.୩୦ରେ ପହଞ୍ଚିବ। ଏହାପରେ (QP1384 ) ବିମାନ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନ ବନ୍ଦରରୁ ୨.୦୫ରେ ଛାଡି ବେଙ୍ଗାଲୁରୁରେ ୪.୨୦ରେ ପହଞ୍ଚିବ। ଏହି ସେବା ଏପ୍ରିଲ ୧୭ ଠାରୁ ପ୍ରତିଦିନ ଚାଲିବ ବୋଲି ଜଣାପଡିଛି।

Leave A Reply

Your email address will not be published.