ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଉଠାଦୋକାନୀଙ୍କ ଉଚ୍ଛେଦ ନେଇ ବିଏମସିରୁ ଲିଖିତ ପ୍ରତିଶୃତି ମିଳିବା ପରେ ଖୋଲିଲା ଭୁବନେଶ୍ୱର ମାର୍କେଟ ବିଲ୍ଡିଂ

ଭୁବନେଶ୍ୱର: ଦୀର୍ଘ ୩ ଦିନ ବନ୍ଦ ରହିବା ପରେ ଆଜି ଖୋଲିଲା ଭୁବନେଶ୍ୱର ମାର୍କେଟ ବିଲ୍ଡିଂ । ଉଠାଦୋକାନୀଙ୍କ ଉଚ୍ଛେଦ ନେଇ ବିଏମସି ତରଫରୁ ଲିଖିତ ପ୍ରତିଶୃତି ମିଳିବା ପରେ ଆଜିଠୁ ଖୋଲିଲା ଭୁବନେଶ୍ୱର ମାର୍କେଟ ବିଲ୍ଡିଂ । ମାର୍କେଟ୍ ବିଲ୍ଡିଂ ପରିସରରେ ଉଠା ଦୋକାନୀଙ୍କୁ ହଟାଇବା ପାଇଁ ସେଣ୍ଟ୍ରାଲ୍ ମାର୍କେଟ୍ ଆସୋସିଏସନ୍ ଦାବି କରିଥିଲା। ଏନେଇ ଆଜି ବିଏମସି ଅଫିସ ଘେରାଉ କରିଥିଲା ସେଂଟ୍ରାଲ ମାର୍କେଟ ସଂଘ । ଅତିରିକ୍ତ ବିଏମସି କମିଶନରଙ୍କ ସହ ଆଲୋଚନା ପରେ ମାର୍କେଟ ବିଲ୍ଡିଂ ଖୋଲିବାକୁ ସୁଚନା ଦେଇଛନ୍ତି ସେଂଟ୍ରାଲ ମାର୍କେଟ ଆସେସିଏସନର ସଭାପତି ।

ସୂଚନାନୁସାରେ, ଜଣେ ଉଠା ଦୋକାନୀ ଏବଂ ମାର୍କେଟ ବିଲ୍ଡିଂର ଜଣେ ଦୋକାନିଙ୍କ ମଧ୍ୟରେ ହୋଇଥିବା ଝଗଡାକୁ କେନ୍ଦ୍ରକରି ମାର୍କେଟ ବିଲ୍ଡିଂ ପରିସରରୁ ଉଠାଦୋକାନୀଙ୍କ ଉଚ୍ଛେଦ ନେଇ ସେଣ୍ଟ୍ରାଲ୍ ମାର୍କେଟ୍ ଆସୋସିଏସନ୍ ଦାବି କରିଥିଲା ।

Leave A Reply

Your email address will not be published.