ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ

ଭୁବନେଶ୍ୱର : ଭୁବନେଶ୍ବରର ପ୍ରମୁଖ ସ୍ଥାନ ମାର୍କେଟ ବିଲ୍ଡିଂ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ। ଉଠା ଦୋକାନୀଙ୍କୁ ଉଠାଇବା ଦାବି ନେଇ ମାର୍କେଟ ବିଲ୍ଡିଂ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ଯେ ପର୍ଯ୍ୟନ୍ତ ଉଠା ଦୋକାନିକୁ ମାର୍କେଟ ବିଲ୍ଡିରୁ ହଟା ନଯିବ ସେପର୍ଯ୍ୟନ୍ତ ମାର୍କେଟ ବିଲ୍ଡିଂ ବନ୍ଦ ରହିବାକୁ ଚେତାବନୀ ଦେଇଛି ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ।  ଏନେଇ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନର ସେକ୍ରେଟାରୀ ଶିଶିର ପଣ୍ଡା ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ମାର୍କେଟ ବିଲ୍ଡିଂରେ ବସୁଥିବା ଜଣେ ଉଠାଦୋକାନୀ ମାର୍କେଟ୍ ବିଲଡିଂରେ ଥିବା ଜଣେ ଦୋକାନୀଙ୍କୁ ଧମକ ଚମକ ଦେଇଥିଲେ । ଏହାକୁ ନେଇ ମାର୍କେଟ୍ ବିଲଡିଂ ପରିସରରେ ଉତ୍ତେଜନା ଦେଖାଦେଇଥିଲା ।ଘଟଣାସ୍ଥଳରେ କ୍ୟାପିଟାଲ ଥାନା ଆଇଆଇସି ଏବଂ ବିଏମସି କର୍ତ୍ତୃପକ୍ଷ ପହଞ୍ଚି ବୁଝାସୁଝା କରିବା ସହ ଉତ୍ତେଜନାକୁ ନିୟନ୍ତ୍ରଣ କରିଥିଲେ। କିନ୍ତୁ ମାର୍କେଟ ବିଲ୍ଡିଂ ପରିସରରୁ ସମସ୍ତ ଉଠାଦୋକାନୀଙ୍କୁ ହଟାଇବା ନେଇ ଜିଦ୍‌ରେ ଅଟଳ ରହିଛି ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ।

ଏନେଇ ଗତକାଲି(ବୁଧବାର)ବିଏମସିରେ ଏକ ବୈଠକ ହେବ। ବୈଠକରେ ଉଠାଦୋକାନୀଙ୍କ ଉଠାଯିବ ନା ନାହିଁ ସେନେଇ ଆଲୋଚନା ହେବ । ଏନେଇ ବିଏମସି ସାଉଥ ଜୋନ୍ ଜେଡିସି ସୂଚନା ଦେଇଛନ୍ତି। ଅନ୍ୟପଟେ ଯେ ପର୍ଯ୍ୟନ୍ତ ଉଠା ଦୋକାନିକୁ ମାର୍କେଟ ବିଲ୍ଡିରୁ ହଟା ନଯିବ ସେପର୍ଯ୍ୟନ୍ତ ମାର୍କେଟ ବିଲ୍ଡିଂ ବନ୍ଦ ରହିବାକୁ ଚେତାବନୀ ଦେଇଛି ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ।

Leave A Reply

Your email address will not be published.