ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପଶ୍ଚିମବଙ୍ଗରୁ ଯୁବତୀ ଆଣି ଓଡ଼ିଶାରେ ବେପାର କରୁଥିଲେ ଅର୍ଚ୍ଚନା : ଦିୱାଲି ଓ ବଡ଼ଦିନରେ ବଡ଼ବଡ଼ିଆଙ୍କୁ ଦିଆଯାଉଥିଲା ସୁନ୍ଦରୀ ଯୁବତୀ ଗିଫ୍ଟ

ଭୁବନେଶ୍ୱର : ଧୀରେଧୀରେ ଖୋଲୁଛି ବ୍ଲାକ୍‌‌ମେଲିଂ ରାଣୀ ଅର୍ଚ୍ଚନା ନାଗର କୁହୁକ ପେଡ଼ି। ଜାଲ ବିଛାଇ କେମିତି ପତି ଜଗବନ୍ଧୁ ଚାନ୍ଦ ଓ ପତ୍ନୀ ଅର୍ଚ୍ଚନା ନାଗ ଲୋକଙ୍କୁ ଲୁଟି କୋଟିପତି ପାଲଟିଥିଲେ ତାହାର ରହସ୍ୟ ଫିଟିବାରେ ଲାଗିଛି। ତେଜରାତି ବ୍ୟବସାୟରୁ ଦୁଇଟି କମ୍ପାନୀର ମାଲିକ ପାଲଟିଥିବା ଅର୍ଚ୍ଚନା ନାଗ କିପରି ଏତେ କମ୍‌‌ ସମୟ ମଧ୍ୟରେ ବହୁକୋଟି ଟଙ୍କାର ମାଲିକାଣୀ ହେଲେ ତାହାକୁ ନେଇ ପୁଲିସ ଆରମ୍ଭ କରିଛି ତଦନ୍ତ। ଅନ୍ୟପକ୍ଷରେ ଏହି ଘଟଣା ଲୋକଲୋଚନକୁ ଆସିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ଆୟକର ବିଭାଗ ମଧ୍ୟ ମାମଲାର ଅନୁଧ୍ୟାନ କରିବା ଆରମ୍ଭ କରିଛନ୍ତି। ଏନେଇ ଦୁଇ ବିଭାଗ କମିସନରେଟ ପୁଲିସ ସହ ଯୋଗାଯୋଗ କରୁଛି। କିନ୍ତୁ କମିସନରେଟ ପୁଲିସ ମୁହଁ ଖୋଲୁ ନ ଥିବାରୁ ଘଟଣା ଅଧିକ ରହସ୍ୟମୟ ହେଉଛି।

ଅନ୍ୟପଟେ ପୁଲିସ ଯେତେ ଖୋଳତାଡ କରୁଛି ସେତେ ବଡ଼ବଡ଼ିଆଙ୍କ ଲିଙ୍କ ସାମ୍ନାକୁ ଆସୁଛି । ତାଲିକାରେ ନେତା, ବିଲଡର, ନାମୀଦାମୀ ବ୍ୟକ୍ତି, ରେଲୱେ ଅଧିକାରୀ, ତହସିଲଦାରଙ୍କ ନାଁ ଥିବା କୁହାଯାଉଛି । ଅର୍ଚ୍ଚନା ନାଗଙ୍କ ଚେର କେବଳ ଓଡ଼ିଶାରେ ସମୀତି ନଥିଲା, ବାହାର ରାଜ୍ୟରୁ ଆସୁଥିବା ବଡ଼ ବଡ଼ ଅଭିନେତା ଓ ପ୍ରତିଷ୍ଠିତ ଲୋକ ମଧ୍ୟ ତାଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି । ଆଉ ଏହି ଦମ୍ପତିକୁ ଦାମୀ କାର ଗିଫ୍ଟରେ ମିଳୁଥିଲା ।କୁହାଯାଉଛି କାର କିଣିବା ବେଳେ ସବୁ ଟଙ୍କା ଅନ୍ କ୍ୟାସ ମୋଡରେ ଦିଆଯାଉଥିଲା। ଯାହା ପରବର୍ତ୍ତୀ ସମୟରେ ଇଡି ଓ ଆୟକର ବିଭାଗ ତଦନ୍ତ ପରିସରକୁ ଆସିପାରେ । ସେପଟେ କାହା ଚାପରେ ପୁଲିସ ତାକୁ ନେଇ ଉଠିଛି ପ୍ରଶ୍ନ । ଯୁବତୀଙ୍କୁ ଦେହ ବ୍ୟବସାୟରେ ନିୟୋଜିତ କରିବା ଓ ପୁଣି ତାଙ୍କୁ ମାଧ୍ୟମ କରି ବଡ଼ ବଡ଼ ଲୋକଙ୍କୁ ବ୍ଲାକମେଲ କରିବା ଭଳି ସଙ୍ଗୀନ ଅଭିଯୋଗରେ ଅର୍ଚ୍ଚନା ଗିରଫ ହୋଇଥିଲେ ମଧ୍ୟ ପୁଲିସ କିଛି ସୂଚନା ଦେଉନାହିଁ । ଗଣମାଧ୍ୟମକୁ ଏଡାଇ ଯାଇ ପୁଣି ସତର୍କତାର ସହ ରାତିଅଧିଆ ଅର୍ଚ୍ଚନାକୁ କୋର୍ଟ ଚାଲାଣ କରିଛି।

ଦେହ ଦଲାଲ ସୁନୀଲ ସହ ଥିଲା ଅର୍ଚ୍ଚନାର ସମ୍ପର୍କ 

ଅର୍ଚ୍ଚନାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗିରହିଥିବା ବେଳେ ଆଉ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ତାହା ହେଲା ଦେହ ଦଲାଲ ସୁନୀଲ ସହ ଥିଲା ଅର୍ଚ୍ଚନାର ସମ୍ପର୍କ । ଅର୍ଚ୍ଚନାଙ୍କ ଫୋନରେ ଦେହ ଦଲାଲ ସୁନୀଲ ମେହେର ନମ୍ବର ରହିଛି। ଦେହବେପାରର ମାଷ୍ଟରମାଇଣ୍ଡ ସୁନୀଲ ମେହେର। ରାଜ୍ୟ ବାହାରେ ରହି ସୁନୀଲ ଯୋଗାଉଥିଲା ଯୁବତୀ। ରାତିକୁ ୩୦ ହଜାର ଟଙ୍କାରେ ଯୋଗାଉଥିଲା ଯୁବତୀ।ରାଜନେତା, ବ୍ୟବସାୟୀଙ୍କ ପାଇଁ ଯୋଗାଡ଼ ହେଉଥିଲା ଦେହଜୀବୀ। ପଶ୍ଚିମବଙ୍ଗରୁ ଯୁବତୀ ଆଣି ଓଡ଼ିଶାରେ ବେପାର କରୁଥିଲେ ଅର୍ଚ୍ଚନା। ଦିୱାଲି, ବଡ଼ଦିନରେ ବଡ଼ବଡ଼ିଆଙ୍କୁ ଦିଆଯାଉଥିଲା ଗିଫ୍ଟ। ଯୁବତୀଙ୍କୁ ଢାଲ କରି କୋଟିକୋଟି କମାଉଥିଲା ଅର୍ଚ୍ଚନା। ଦୁଇ ବର୍ଷ ତଳୁ ସୁନୀଲ ସହ ଥିଲା ଅର୍ଚ୍ଚନାଙ୍କ ସମ୍ପର୍କ। ଏଥି ସହିତ ଜଣେ ହୋଟେଲ ମାଲିକଙ୍କ ପାଇଁ ଯୁବତୀ ଯୋଗାଡ଼ କରୁଥିଲେ ଅର୍ଚ୍ଚନା। ପୁଲିସ ଜବତ କରିଥିବା ଅର୍ଚ୍ଚନାଙ୍କ ହାର୍ଡଡିସ୍କ ରୁ ମିଳିଛି ୬୦ ଟି ଭିଡିଓ। ଏଥି ସହିତ ପେନଡ୍ରାଇଭରେ ରହିଛି ପୁଲପୁଳା ନଗ୍ନ ଫଟୋ। ବାଥଟଵ ଭିତରେ ରହିଛି ବ୍ୟବସାୟୀଙ୍କ ଉଲଗ୍ନ ଫଟୋ।ଜଣେ ଯୁବତୀଙ୍କ ସହ ଗାଧୋଇବା ବେଳର ଫଟୋ ସ୍ପାଏ କ୍ୟାମେରାରେ କଏଦ ହୋଇଛି। ଏଥି ସହିତ ଅର୍ଚ୍ଚନା ନାଗର ନାଗଫାଶରେ ଅନେକ ପ୍ରତିପତିଶାଳୀ ରହିଥିବା ପୁଲିସ ଜାଣିବାକୁ ପାଇଛି।

ବର୍ଷକରେ ୨ଟି କମ୍ପାନୀ କରିଛନ୍ତି ଅର୍ଚ୍ଚନା

ପ୍ରତିଷ୍ଠିତ ନେତା, ଅଫିସର, ବ୍ୟବସାୟୀ ଓ ବିତ୍ତଶାଳୀ ବ୍ୟକ୍ତିଙ୍କୁ ହନି ଟ୍ରାପ୍ କରି ଫସାଇବା ସହ ସେମାନଙ୍କଠୁ କୋଟି କୋଟି ଟଙ୍କା ଲୁଟିଥିବା ଅର୍ଚ୍ଚନା ନାଗ ଗତ ବର୍ଷକ ମଧ୍ୟରେ କେବଳ ଗୋଟିଏ ଆଲିଶାନ୍ ଘର ନୁହେଁ ବରଂ ୨ଟି ନୂଆ କମ୍ପାନୀ ବି ଖୋଲିଛନ୍ତି । ବିଳାସପୂର୍ଣ୍ଣ ଜୀବନ ବିତାଉଥିବା ଅର୍ଚ୍ଚନା ନିଜର ଆଲିଶାନ୍ ଘରେ ଏକ ମିନି ବାର୍ ଖୋଲି ସେଠାରେ ଦାମୀ ବ୍ରାଣ୍ଡର ମଦ ମଧ୍ୟ ରଖିଥିବାର ଫଟୋଚିତ୍ର ପଦାକୁ ଆସିଛି । ପୂର୍ବରୁ ତାଙ୍କର ବିଳାସପୂର୍ଣ୍ଣ ଗାଡ଼ି ସହ ଘୋଡ଼ା ଓ ବିଦେଶୀ କୁକୁର ରହିଥିବା ଆଦି ତଥ୍ୟ ପଦାକୁ ଆସିଥିଲା ।ଅର୍ଚ୍ଚନା ଓ ଜଗବନ୍ଧୁ ଗତ ୩ ମାସ ପୂର୍ବରୁ ଗୋଲଡେନ୍ ଏମ୍ପ୍ରାସ ପ୍ରାଃ ଲିଃ ନାମକ ଏକ କମ୍ପାନୀ ଗଠନ କରିଛନ୍ତି। ଯେଉଁଥିରେ ଉଭୟ ନିର୍ଦ୍ଦେଶକ ଥିବାବେଳେ ଏହା ହୋଟେଲ, ରେଷ୍ଟୁରାଂଟ ଓ ସଟ୍ ଷ୍ଟେ ଭଳି ବ୍ୟବସାୟ କରୁଥିବା ଦର୍ଶାଯାଇଛି । ଏହାସହିତ ଉଭୟ ପତି-ପତ୍ନୀ ଗତବର୍ଷ ଆଦିତ୍ୟ ପ୍ରେଷ୍ଟିଜ୍ ଆଗ୍ରୋ ପ୍ରାଃ ଲିଃ ନାମକ ଏକ କମ୍ପାନୀ ମଧ୍ୟ ଗଠନ କରିଥିଲେ । ଏହି ଦୁଇ କମ୍ପାନୀ ସହିତ ଏବିସି ମୋଟର୍ସ ନାମରେ ଅର୍ଚ୍ଚନାଙ୍କ ଏକ ପୁରୁଣା ଗାଡ଼ି ଶୋ’ର ରୁମ୍ ମଧ୍ୟ ରହିଛି।

ପୁଲିସ ହାତରେ ମାୟାବିନୀ ଅର୍ଚ୍ଚନାର ଇ-ମେଲ ଆଇଡି

ପୁଲିସ ହାତରେ ଲାଗିଛି ଲେଡି ବ୍ଲାକମେଲର ଇ ମେଲ୍ ଆଇଡି । ମେଲରୁ ମିଳିଲା ଦେହଜୀବୀଙ୍କ ଫଟୋ ଓ ତଥ୍ୟ । ରାଜ୍ୟ ତଥା ରାଜ୍ୟ ବାହାର ଯୁବତୀ ଆଣି ଅର୍ଚ୍ଚନା ଚଳାଇଥିଲା ହନୀଟ୍ରାପ । ମେଲରେ ରହିଛି ବହୁ ବଡ଼ ବଡ଼ିଆ, ଫିଲ୍ମ ପ୍ରଯୋଜକ, ବିଲ୍ଡର, ରେଳୱେ ଅଧିକାରୀଙ୍କ ଫଟୋ । ୨୦୧୮ରୁ ଅର୍ଚ୍ଚନା ଚଳାଇଥିଲା ସେକ୍ସ ରାକେଟ । ଓକିଲାତି ପାଠ ନପଢି ନିଜକୁ ହାଇକୋର୍ଟର ଓକିଲ ବୋଲି ପରିଚୟ ଦେଉଥିଲା ଲେଡି ବ୍ଲାକମେଲର । ଗତକାଲି ବ୍ଲାକମେଲ କାହାଣୀର ବ୍ଲୁ କୁଇନ ଡିଲ୍ ଭିଡିଓ ସାମ୍ନାକୁ ଆସିଥିଲା । ହନିଟ୍ରାପ ପରେ ହାଇପ୍ରୋଫାଇଲ ହୋଟେଲରେ ହେଉଥିଲା ମନିଟ୍ରାପ । ଜବତ ମୋବାଇଲ, ହାର୍ଡଡିସ୍କ ଓ ପେନ ଡ୍ରାଇଭ ଖୋଲିବ କୁହୁକିନୀର କୁହକ ପେଢି ।

Leave A Reply

Your email address will not be published.