ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଝାରପଡ଼ା ସ୍ୱତନ୍ତ୍ର ଜେଲକୁ ଆଇଏସଓ ସାର୍ଟିଫିକେଟ୍

ଭୁବନେଶ୍ୱର: ରାଜ୍ୟର ପ୍ରଥମ ଜେଲ୍ ଭାବେ ବିକ୍ୟୁସି ଆସେସମେଣ୍ଟ ପକ୍ଷରୁ ଝାରପଡ଼ା ସ୍ୱତନ୍ତ୍ର ଜେଲକୁ ଆଇଏସଓ ସାର୍ଟିଫିକେଟ୍ ମିଳିଛି । କ୍ୱାଲିଟି ମ୍ୟାନେଜମେଣ୍ଟ ପାଇଁ ଭୁବନେଶ୍ୱର ଝାରପଡ଼ା ସ୍ୱତନ୍ତ୍ର ଜେଲକୁ ISO 9001:2005  ସାର୍ଟିଫିକେଟ୍ ମିଳିଥିବା ଜେଲ୍ ସୁପରିଟେଣ୍ଡେଣ୍ଟ ସୂଚନା ଦେଇଛନ୍ତି ।

ଜେଲରେ ଦକ୍ଷତା ବିକାଶ, କଏଦୀଙ୍କ ମାନସିକ ଚାପ ଦୂର ପାଇଁ ପଦକ୍ଷେପ, କଏଦୀମାନଙ୍କର ବୃତ୍ତିଗତ ଦକ୍ଷତା ବୃଦ୍ଧି, ଜେଲରେ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍, ସ୍ୱଚ୍ଛତା ଓ ପରିଚ୍ଛନତା ଲାଗି ଝାରପଡ଼ା ଜେଲକୁ ଆଇଏସଓ ମାନ୍ୟତା ଏକ ବର୍ଷ ଲାଗି ମିଳିଛି । ୨୦୨୧ ଏପ୍ରିଲ୍ ୧୭ରୁ ୨୦୨୨ ମାର୍ଚ୍ଚ ୧୬ ଯାଏ ବୈଧ ରହିବ । ମାର୍ଚ୍ଚ ୧୭ ସୁଦ୍ଧା ସର୍ଭେଲାନ୍ସ ଅଡିଟ୍ କରାଯିବ ।

 

Leave A Reply

Your email address will not be published.