ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଏମସି ପକ୍ଷରୁ ଆନୁଷ୍ଠାନିକ ଭାବେ ଆରମ୍ଭ ହେଲା ଭୁବନେଶ୍ୱର ଫାଷ୍ଟ ଅଭିଯାନ

ଭୁବନେଶ୍ୱର: ବିଏମସି ପକ୍ଷରୁ ଆନୁଷ୍ଠାନିକ ଭାବେ ଭୁବନେଶ୍ୱର ଫାଷ୍ଟ ଅଭିଯାନ ଆରମ୍ଭ ହୋଇଛି । ଭଞ୍ଜ କଳା ମଣ୍ଡପରେ ଅଭିଯାନର ଶୁଭାରମ୍ଭ କରାଯାଇଛି। ଭୁବନେଶ୍ୱରକୁ ଜାତୀୟସ୍ତରରେ ସବୁକ୍ଷେତ୍ରରେ ସର୍ବାଗ୍ରେ ରଖିବାକୁ ସମସ୍ତଙ୍କର ସହଯୋଗ ଲୋଡ଼ାଯାଇଛି। ବିଶ୍ୱକପ ହକି ଏକ ମାଧ୍ୟମ ମାତ୍ର, ସହରକୁ ସୁନ୍ଦର ଭାବରେ ସଜେଇବା, ସ୍ଵଛ ଓ ପ୍ରଦୂଷଣ ମୁକ୍ତ କରିବା ଦିଗରେ ପ୍ରତ୍ୟେକଙ୍କୁ ସକ୍ରିୟ ଅଂଶଗ୍ରହଣ କରିବାକୁ ଆହ୍ୱାନ ଦିଆଯାଇଛି। ବର୍ତ୍ତମାନ ସିଟି ଆକ୍ଟିଭେସନ ଜରିଆରେ ସହରକୁ ଯେଉଁଭଳି ଭାବେ ସୁନ୍ଦର କରାଯାଇଛି ତାହାକୁ ବଜାୟ ରଖିବାକୁ ହେବ। ଏହାଦ୍ୱାରା ଦେଶର ସଫା ସହର ଇନ୍ଦରକୁ ପଛରେ ପକାଇ ପ୍ରଥମ ସ୍ଥାନକୁ ଯାଇପାରିବା। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଭିଡିଓ ବାର୍ତ୍ତା ମାଧ୍ୟମରେ ପ୍ରତ୍ୟେକ ରାଜଧାନୀବାସୀଙ୍କୁ ଆହ୍ୱାନ ଦେଇଛନ୍ତି।

ଏହି ଅବସରରେ ମେୟର ସୁଲୋଚନା ଦାସ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂହ, ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ଓ ଅତିରିକ୍ତ ପୋଲିସ କମିଶନର ଉମାଶଙ୍କର ଦାଶ ପ୍ରମୁଖ ଉପସ୍ଥିତ ରହି ସମସ୍ତଙ୍କ ସହଯୋଗ କାମନା କରିଥିଲେ।

Leave A Reply

Your email address will not be published.