ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭୁବନେଶ୍ବର ଡଟ୍‌ଫେଷ୍ଟ୍‌ : ଆଜି ଓ ଆସନ୍ତାକାଲି ସମସ୍ତଙ୍କୁ ମାଗଣା ଏଣ୍ଟ୍ରି

ଭୁବନେଶ୍ବର : ଗତକାଲି ଡଟ୍‌ଫେଷ୍ଟ୍‌ ତୃତୀୟ ସନ୍ଧ୍ୟାରେ ଦର୍ଶକ ବେଶ ଝୁମିଛନ୍ତି। ଆରମ୍ଭରୁ ଧୁମ୍‌‌ ମଚାଇଥିଲେ ବଲିଉଡ୍‌‌ କଣ୍ଠଶିଳ୍ପୀ ନୀତି ମୋହନ। ରଙ୍ଗବତୀ ଗୀତ ଗାଇ ଲୋକଙ୍କୁ ନଚାଇଲେ ଆଉ ନିଜେ ବି ନାଚିଲେ। ବ୍ରହ୍ମପୁରରୁ ଭୁବନେଶ୍ୱର ଆସିବା ୩ଘଣ୍ଟା ମଧ୍ୟରେ ରଙ୍ଗବତୀ ଗୀତ ଶିଖି ମଞ୍ଚରେ ରାଜଧାନୀବାସୀଙ୍କୁ ବିମୋହିତ କରିଥିଲେ। ଲାଖୋଁ ମିଲେ….ମେରେ ୟାରା…, ନୈନୋ ବାଲେ ନେ….ଇସ୍କ ୱାଲା ଲଭ୍‌‌..ବ୍ୟାଙ୍ଗ୍‌‌ ବ୍ୟାଙ୍ଗ୍‌‌…ଜିୟା ଜିୟାରେ….., ବନ୍ଦେ ମାତରମ୍‌‌ ଆଦି ସଙ୍ଗୀତ ପରିବେଷଣ କରି ଜଲୱା ଦେଖାଇଥିଲେ ନୀତି। ଦର୍ଶକଙ୍କ ପାଖକୁ ମଞ୍ଚରୁ ଓହ୍ଲାଇ ଗୋଟିଏ ପରେ ଗୋଟିଏ ସଙ୍ଗୀତ ପରିବେଷଣ କରିଚାଲିଲେ।

ଦର୍ଶକଙ୍କ ଯୋଶ୍‌‌କୁ ଦେଖି ନୀତି ଷ୍ଟେଜ୍‌‌ ଉପରେ ନିଜକୁ ରୋକିପାରିନଥିଲେ। ଦର୍ଶକ ବି ନୀତିଙ୍କ ସଙ୍ଗୀତରେ ବେଶ୍‌‌ ଝୁମିଥିଲେ। ଏହାସହ କୁନି କୁନି ପିଲାମାନଙ୍କୁ ମଞ୍ଚ ଉପରକୁ ଡାକି ଗୀତର ତାଳେ ତାଳେ ନାଚିଲେ ଓ ନଚାଇଲେ। ପୁରା ଲଣ୍ଡନ୍‌‌ ଠୁମକ୍‌‌ଦା…, ତାରେ ଗିନ୍‌‌ ଗିନ୍‌‌…, ତୁ ଖିଚ୍‌‌ ମେରୀ ଫଟୋ…ଆଦି ଭଳି ଗୀତ ପରିବେଷଣ କରି ଦର୍ଶକଙ୍କ ସହ ଫଟୋ ଉଠାଇଥିଲେ। ବଲିଉଡ଼୍‌‌ ସଙ୍ଗ୍‌‌ ସାଙ୍ଗକୁ ପଞ୍ଜାବୀ ଗୀତର ତଡ୍‌‌କାରେ ଦର୍ଶକଙ୍କୁ ମତୁଆଲା କରିଥିଲେ। ଦମ୍‌‌ ମାରୋ ଦମ୍‌‌… ଲୈଲା ମେଁ ଲୈଲା…, ମେ ନେ ହୋଠୋ ସେ ଲଗାଇ ତୋ…. ସଙ୍ଗୀତ ପରିବେଷଣ କରି ମଞ୍ଚରୁ ବିଦାୟ ନେଇଥିଲେ।

ଓଡ଼ିଆ ଗୀତରୁ ଆରମ୍ଭ ହୋଇଥିଲା ଆଜିର ସାଂସ୍କୃତିକ ସନ୍ଧ୍ୟା। ପ୍ରଜ୍ଞା ହୋତା ଅନେକ ମନଛୁଆଁ ଗୀତ ଗାଇଥିଲେ। ବିଶେଷକରି ‘ଗୁଆ ଘିଅ’ ଗୀତରେ ଦର୍ଶକ ନାଚିଥିଲେ। ଏହା ପରେ ଲଚକ୍‌ମଣୀ, ଓ ବେବି, ସୁନୟନା ତୋ ପାଇଁ ମୋ ଦିଲ୍‌ ଆସିକାନା ‌ପ୍ରଭୃତି ଚର୍ଚ୍ଚିତ ଗାଇ ସେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ।

ଦିବ୍ୟ କୁମାରଙ୍କ ଦମଦାର ଏଣ୍ଟ୍ରି

ଶେଷରେ ଆସିଥିଲେ ବଲିଉଡ୍‌ ଗାୟକ ଦିବ୍ୟ କୁମାର। ତାଙ୍କର ଏକାଧିକ ଗୀତରେ ପଞ୍ଜାବୀ ତଡ଼୍‌କା ଦର୍ଶକଙ୍କୁ ପସନ୍ଦ ଆସିଥିଲା‌। ଆଜ ମେରା ଦିଲ ବୋଲେ ତାବା ତାବା, ତେରେ ବିନ ନେହିଁ ଲଗତା ଦିଲ ମେରା, ମନ ମସ୍ତ ମଗନ, ମେ ମନ୍ଦିର କ୍ୟୁ ଜାୱା, ଦିଲ ତୋ ବଚା ହେ ଜି, ସାରା ଜଗ ଛଡ଼କେ, କେଶରୀୟା ତେରା ଇସ୍କ, ଦମ୍ ମସ୍ତ କଲନ୍ଦର ମସ୍ତ, ମେରେ ସୋନିଆ ମେରେ ମେହେରବାନ, ଆଖିଆଁ ଲଡ଼ଗୟିୟା ପ୍ରଭୃତିରେ ଦର୍ଶକ ନାଚିଥିଲେ। କାର୍ଯ୍ୟକ୍ରମ ଶେଷ ପର୍ଯ୍ୟନ୍ତ ଦିବ୍ୟ କୁମାରଙ୍କ ସଙ୍ଗୀତ ପରିବେଷଣ ଦର୍ଶକଙ୍କୁ ବିମୋହିତ କରିଥିଲା। ଶୀତୁଆ ସନ୍ଧ୍ୟାରେ ଦିବ୍ୟଙ୍କ ରୋମାଣ୍ଟିକ୍‌‌ଠାରୁ ଆରମ୍ଭ କରି ପଞ୍ଜାବୀ ସଙ୍ଗୀତ୍‌‌ ଦର୍ଶକଙ୍କ ମନ ଛୁଇଁଥିଲା।

ବୁଧବାର ଓ ଗୁରୁବାର  ସମସ୍ତଙ୍କୁ ଏଣ୍ଟ୍ରି ମାଗଣା

‘ଚକ୍‌‌ ଦେ ଓଡ଼ିଶା’ ବିଷୟବସ୍ତୁ ଥିବା ଡଟ୍‌‌ ଫେଷ୍ଟ୍‌‌ର ଚତୁର୍ଥ ସନ୍ଧ୍ୟାରେ ସମସ୍ତ ଓଡ଼ିଆ କଳାକାର ସଙ୍ଗୀତ ପରିବେଷଣ କରିବେ। ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ପରିଚୟ ହାସଲ କରିଥିବା ଓଡ଼ିଶାର ଲିସା ମିଶ୍ର, ସ୍ନିତି ମିଶ୍ର, ରୁତୁରାଜ ମହାନ୍ତି ଓ ଓଡ଼ିଆ ରାପର୍‌‌ ସମିର୍‌‌ ରିଶୁ ମହାନ୍ତି (ବିଗ୍‌‌ଡିଲ୍‌‌) ପ୍ରମୁଖ ବୁଧବାର ସନ୍ଧ୍ୟାରେ ସଙ୍ଗୀତ ପରିବେଶଣ କରିବେ। ଓଡ଼ିଶାର ସ୍ଥାନୀୟ ଲୋକମାନେ ନିଜ ପସନ୍ଦର ଓଡିଆ କଳାକାରମାନଙ୍କ ପ୍ରଦର୍ଶନକୁ ବେଶ ଉପଭୋଗ କରିବେ ବୋଲି ବିଡିଏ ଆଶା ରଖିଛି। ଅନ୍ୟପଟେ ବୁଧବାର ଓ ଗୁରୁବାର ସମସ୍ତ ଦର୍ଶକଙ୍କ ପାଇଁ ଏଣ୍ଟ୍ରି ମାଗଣା ରହିଛି। ଏହି ଦୁଇ ଦିନ କୌଣସି ଟିକଟର ଆବଶ୍ୟକତା ନ ଥିବା ବେଳେ ସମସ୍ତ ଦର୍ଶକ, ପ୍ଲାଟିନମ୍‌‌, ଗୋଲ୍ଡ ଓ ସିଲ୍‌‌ଭର ଶ୍ରେଣୀର ଟିକଟରେ ଯାଇ କାର୍ଯ୍ୟକ୍ରମ ଦେଖିପାରିବେ ବୋଲି ଡଟ୍‌‌ ଫେଷ୍ଟ କର୍ତ୍ତୃପକ୍ଷ ପୂର୍ବରୁ କହିଛନ୍ତି।

Leave A Reply

Your email address will not be published.