ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜିଠୁ ବନ୍ଦ ରହିବ ଭିତରକନିକା

ଆଜିଠୁ ୩ ମାସ ଯାଏ ବନ୍ଦ ରହିବ ଭିତରକନିକା । କୁମ୍ଭୀରମାନଙ୍କ ପ୍ରଜନନ ପାଇଁ ବନ୍ଦ ହେଲା ଭିତରକନିକା ଜାତୀୟ ଉଦ୍ୟାନ । ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ଆଜିଠୁ ବନ୍ଦ ରହିବ । ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଭିତରକନିକା । ପ୍ରଜନନ ସମୟରେ କୁମ୍ଭୀର ମାନେ ଅଧିକ ହିଂସ୍ର ହୋଇଥାନ୍ତି ।

ପର୍ଯ୍ୟଟକ ମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ ଏହି ସମୟରେ ଭିତରକନିକାକୁ ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ କରିଥାଏ । ଏହି ତିନିମାସ ସମୟରେ ବଉଳା କୁମ୍ଭୀର ମାନେ ଅଣ୍ଡା ଦେଇଥାନ୍ତି । ତେବେ ନିଜର ବଂଶ ରକ୍ଷା କରିବା ପାଇଁ ପାଖରେ କେହି ପର୍ଯ୍ୟଟକଙ୍କୁ ଦେଖିଲେ ଆକ୍ରମଣ କରିବାକୁ ପଛାଇ ନଥାନ୍ତି । ତେଣୁ ଏହି ସମୟରେ ଭିତରକନିକାକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଥାଏ ।

Leave A Reply

Your email address will not be published.