ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜିଠୁ ୩ ମାସ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ

କେନ୍ଦ୍ରାପଡ଼ା: ଆଜିଠୁ ୩ ମାସ ଯାଏଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ। ଅର୍ଥାତ ଆସନ୍ତା ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ଉଦ୍ୟାନ ବନ୍ଦ ରହିବ । ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି । ଦୀର୍ଘ ତିନି ମାସ ଧରି ବଉଳା କୁମ୍ଭୀରଙ୍କ ପ୍ରଜନନ ପ୍ରକ୍ରିୟା ଜାରି ରହିବ । ଏହି ସମୟରେ କୁମ୍ଭୀରମାନେ ଅଧିକ ହିଂସ୍ର ହେବା ସହିତ ଅଣ୍ଡା ଦେବାକୁ ସ୍ଥଳଭାଗକୁ ଚାଲିଆସନ୍ତି । ଏଣୁ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଜାତୀୟ ଉଦ୍ୟାନକୁ ୩ ମାସ ବନ୍ଦ ରଖାଯାଇଛି । ଆସନ୍ତା ଅଗଷ୍ଟ ୧ତାରିଖରୁ ପୁଣି ପର୍ଯ୍ୟଟନ ଭିତରକନିକା ଆସିପାରିବେ ବୋଲି ସୂଚନା ଦେଇଛନ୍ତି ଭିତରକନିକା ଜାତୀୟ ଉଦ୍ୟାନ କର୍ତ୍ତୁପକ୍ଷ ।

Leave A Reply

Your email address will not be published.