ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନିଜେ ଯେଉଁ କମ୍ପାନୀ ପ୍ରତିଷ୍ଠା କରିଥିଲି ସେଠାରୁ ଅପମାନ ମିଳିଲା, ବାଧ୍ୟ ହୋଇ ବିଦାୟ ନେଉଛି : ଅସନୀର ଗ୍ରୋଭର

ନୂଆଦିଲ୍ଲୀ :  ଫିନ୍ଟେକ୍ ୟୁନିକର୍ଣ୍ଣ ଭାରତପେ ର ସହ-ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଅସନୀର ଗ୍ରୋଭର କମ୍ପାନୀ ବୋର୍ଡ ପଦରୁ ଇସ୍ତଫା ଦେଇଛନ୍ତି। ଫିନ୍ଟେକ୍ ୟୁନିକର୍ଣ୍ଣ ବୋର୍ଡକୁ ପଠାଯାଇଥିବା ଏକ ଇମେଲରେ ଅସନୀର ଲେଖିଛନ୍ତି ଯେ ତାଙ୍କୁ ଅପମାନିତ କରାଯାଇଛି ଏବଂ ତାଙ୍କୁ “ଅତ୍ୟନ୍ତ ଅପମାନଜନକ” ବ୍ୟବହାର କରାଯାଇଛି। ସେ ମେଲରେ ଲେଖିଛନ୍ତି, ‘ମୁଁ ଗଭୀର ଦୁଃଖିତ ଯେ ଆଜି ମୁଁ ଯେଉଁ କମ୍ପାନୀକୁ ପ୍ରତିଷ୍ଠା କରିଥିଲି, ସେହି କମ୍ପାନୀରୁ ବିଦାୟ ନେବାକୁ ବାଧ୍ୟ ହେଉଛି।’ମୁଁ ଗର୍ବର ସହ କହିଛି ଯେ, ଆଜି ଏହି କମ୍ପାନୀ ଫିଣ୍ଟେକ୍ ଦୁନିଆର ସର୍ବୋତ୍ତମ ।

ସୂତ୍ରରୁ ପ୍ରକାଶ ଯେ ଅସନୀର ଗ୍ରୋଭରଙ୍କୁ ବଡା ଝଟକା ଦେଇ ସିଙ୍ଗାପୁରରେ ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିବାକୁ ଫିଣ୍ଟେକ୍ ପ୍ଲାଟଫର୍ମ ମାମଲା ରୁଜୁ କରିଛି । ଆଉ ଦାଏର ହୋଇଥିବା ଏହି ମାମଲା ପାଇଁ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିପାରେ । ସିଙ୍ଗାପୁର ଆନ୍ତର୍ଜାତୀୟ ଆର୍ବିଟ୍ରେସନ୍ ସେଣ୍ଟର (SIAC) ରେ ନିଜର ପକ୍ଷ ରଖି ଅସନୀର ଗ୍ରୋଭର ମଧ୍ୟ କହିଛନ୍ତି ଯେ ୨୦୨୨ ଆରମ୍ଭରୁ, କିଛି ଲୋକ ମୋ ଏବଂ ମୋ ପରିବାର ବିରୁଦ୍ଧରେ ଭିତ୍ତିହୀନ ଅଭିଯୋଗ ଆଣିଛନ୍ତି । ଯେଉଁମାନେ କେବଳ ମୋର ଏବଂ ମୋର ପ୍ରତିଷ୍ଠା ନୁହେଁ, କମ୍ପାନୀର ପ୍ରତିଷ୍ଠା ପାଇଁ ମଧ୍ୟ କ୍ଷତି କରିବାକୁ ପ୍ରସ୍ତୁତ।

ଅନ୍ୟପଟେ ଭାରତପେ ରେ ଶୀର୍ଷ ମ୍ୟାନେଜମେଣ୍ଟର ସୁପାରିଶ କ୍ରମେ କାର୍ଯ୍ୟ ସମୀକ୍ଷାକୁ ବନ୍ଦ କରିବା ପାଇଁ କୌଣସି ଭିତ୍ତିଭୂମି ନାହିଁ ବୋଲି ଆର୍ବିଟ୍ରେସନ୍ ସେଣ୍ଟର କହିଛି । ତାଙ୍କ ବିରୋଧରେ ଚାଲିଥିବା ତଦନ୍ତ ବେଆଇନ ବୋଲି ଗ୍ରୋଭର, SIAC ରେ ଦାଖଲ କରିଥିବା ଆବେଦନ ଉପରେ କମ୍ପାନୀର କର୍ଯ୍ୟର ସମୀକ୍ଷାକୁ ବନ୍ଦ କରିବାକୁ ଚେଷ୍ଟା କରିଛି ।ଏହି ଆବେଦନ ଉପରେ ପ୍ରଥମ ଶୁଣାଣି ଫେବୃଆରୀ ୨୦ରେ ହୋଇଥିଲା। ସୂତ୍ରରୁ ପ୍ରକାଶ ଯେ, ଗ୍ରୋବର ସମସ୍ତ ଦାବିକୁ ଅସ୍ୱୀକାର କରି ମଧ୍ୟସ୍ଥତା କେନ୍ଦ୍ରର ଜରୁରୀକାଳୀନ ଆର୍ବିଟର ଦୁଇ ଦିନ ପୂର୍ବରୁ କୌଣସି ଆଶ୍ୱସ୍ତି ଦେବାକୁ ମନା କରିଦେଇଥିଲେ । ତେବେ ସୂତ୍ରରୁ ପ୍ରକାଶ ଯେ ଗ୍ରୋବର ଦିଲ୍ଲୀ ହାଇକୋର୍ଟରେ ଆର୍ବିଟ୍ରେଟରଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିପାରିବେ।

Leave A Reply

Your email address will not be published.