ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ ଶ୍ରୀମଦ୍ ଭଗବତ ଗୀତା

ଗୁଜରାଟ: ଏଣିକି ସ୍କୁଲ ପିଲା ପଢିବେ ଶ୍ରୀମଦ୍ ଭଗବତ ଗୀତା । ଷଷ୍ଠ ଶ୍ରେଣୀରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ସ୍କୁଲ ଓ କଲେଜରେ ଭଗବତ ଗୀତା ପଢିବେ । ନିଜ ରାଜ୍ୟରେ ଏବେ ଏଭଳି କିଛି ନୂଆ ଶିକ୍ଷାନୀତି ଆଣିଛନ୍ତି ଗୁଜରାଟ ସରକାର । ତେବେ ଗୁଜରାଟ ସରକାରଙ୍କ ଏହି ନୂଆ ଶିକ୍ଷାନୀତି ଅନୁସାରେ, ଗୁଜରାଟର ସମସ୍ତ ସ୍କୁଲରେ ଗୀତାର ମହତ୍ତ୍ବ ଏବଂ ମୂଲ୍ୟବୋଧ ବିଷୟରେ ପଢାଯିବ ।

ଗୁଜରାଟ ସରକାରଙ୍କ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି କି, ଛାତ୍ରଛାତ୍ରୀମାନେ ଶ୍ରୀମଦଭଗବତ ଗୀତାର ମୂଲ୍ୟବୋଧ ବାବଦରେ ଜାଣିବା ପାଇଁ ସ୍ବତନ୍ତ୍ର ପାଠ୍ୟ ଖସଡା ପ୍ରସ୍ତୁତ କରାଯିବ । ଯେଉଁଥିରେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଶ୍ଲୋକ ଗାନ, ବାକ୍ୟ ପ୍ରତିଯୋଗିତା ଏବଂ ସାହିତ୍ୟ ଆସରର ଆୟୋଜନ କରାଯିବ । ତେବେ ସରକାରଙ୍କ ଏହି ଘୋଷଣା ପଛରେ ଆଗକୁ ଆସୁଥିବା ବିଧାନସଭା ନିର୍ବାଚନ ହିଁ ପ୍ରମୁଖ କାରଣ ବୋଲି କୁହାଯାଉଛି ।

Leave A Reply

Your email address will not be published.