ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦିଲ୍ଲୀ ପରେ ପଞ୍ଜାବରେ ଆଜିଠୁ ‘ଆପ୍‌’ ସରକାର, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭଗୱନ୍ତ ମାନ୍

ଚଣ୍ଡିଗଡ : ଦେଶର ରାଜଧାନୀ ଦିଲ୍ଲୀ ପରେ ପଞ୍ଜାବରେ ଆଜିଠୁ ଆରମ୍ଭ ହେଲା ଆମ୍ ଆଦମୀ ପାର୍ଟିର ରାଜୁତି। ଆଜିଠୁ ପଞ୍ଜାବ ରାଜନୀତିରେ ନୂଆ ଅଧ୍ୟାୟ ଭାବେ ଆମ୍ ଆଦମୀ ପାର୍ଟିର ସରକାର ଗଠନ ହୋଇଛି। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଆପ୍‌ ନେତା ଭଗଓ୍ଵନ୍ତ ମାନ୍‌। ପଞ୍ଜବର ୧୭ ତମ ମୁଖ୍ୟମନ୍ତ୍ରୀ ଭାବେ ଭଗଓ୍ଵନ୍ତ ମାନ୍‌ ଶପଥ ନେଇଛନ୍ତି। ତାଙ୍କ ସହ ୧୬ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ସହିଦ ଭଗବତ ସିଂହଙ୍କ ଜନ୍ମସ୍ଥାନ ଖଟକର କଲାନରେ ଏକ ଭବ୍ୟ ସମାରୋହରେ ମାନ୍‌ ଶପଥ ଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଆମ ଆଦମୀ ପାର୍ଟିର ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ଅନ୍ୟ ଦଳୀୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ଆଜି ଶପଥଗ୍ରହଣ ଉତ୍ସବରେ ଭଗୱନ୍ତ କହିଛନ୍ତି ଯେ, ମୁଁ ଏଠାରେ ଶପଥ ନେବାର ଏକ କାରଣ ରହିଛି।ଯେଉଁମାନେ ଏହି ରାଷ୍ଟ୍ରକୁ ଆମକୁ ଦେଇଛନ୍ତି ସେମାନଙ୍କୁ ଆମେ ମନେ ପକାଇବା ଉଚିତ ବୋଲି ସେ କହିଛନ୍ତି।

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଭଗୱନ୍ତ ମାନ୍ ଶପଥ ନେବା ପରେ ତାଙ୍କ ଭାଷଣରେ କହିଛନ୍ତି କି ଯେଉଁମାନେ ଆପକୁ ଭୋଟ ଦେଇଛନ୍ତି ଓ ଯେଉଁମାନେ ଆପକୁ ଭୋଟ ଦେଇନାହାଁନ୍ତି ସମସ୍ତଙ୍କ ପାଇଁ ଏ ସରକାର ଗୋଟିଏ ଢାଞ୍ଚାରେ କାମ କରିବ । ଏଠାରେ ରହି ଆମ ଦେଶକୁ ଠିକ୍ କରିବାକୁ ପଡିବ। ଆମକୁ ଅନ୍ୟ ଦେଶକୁ ଯିବାକୁ ପଡିବ ନାହିଁ । ଏଠାରେ ରହି କାମ କରିବା। ଚାଷ, ରୋଜଗାର, ବ୍ୟବସାୟ, ବିଦ୍ୟାଳୟ, ଡାକ୍ତରଖାନା ଭଳି ସମସ୍ୟା ଦୂର ହେବ। ଆପଣମାନଙ୍କ ସହିତ ମିଶି, ଆମକୁ ଏହାର ସମାଧାନ କରିବାକୁ ପଡିବ । ଯେପରି ବିଦେଶରୁ ଲୋକମାନେ ଦିଲ୍ଲୀକୁ ବିଦ୍ୟାଳୟ ପରିଦର୍ଶନ କରିବାକୁ, ମୋହାଲା କ୍ଲିନିକ୍ ଦେଖିବା ପାଇଁ ଆସନ୍ତି, ଆମେ ମଧ୍ୟ ପଞ୍ଜାବରେ ସେମିତି ବିଦ୍ୟାଳୟ ଏବଂ ଡାକ୍ତରଖାନା ନିର୍ମାଣ କରିବୁ ଯେପରି ବିଦେଶର ଲୋକମାନେ ବିଦ୍ୟାଳୟ ଓ ଡାକ୍ତରଖାନା ପରିଦର୍ଶନ କରିବାକୁ ଆସିବେ ।

ସୂଚନାଯୋଗ୍ୟ ଚଳିତ ନିର୍ବାଚନରେ ପଞ୍ଜାବର କ୍ଲିନ୍ ସୁଇପ କରିଥିଲା ଆମ୍ ଆଦମୀ ପାର୍ଟି । ସୁବଠାରୁ ପୁରୁଣା ଦଳ କଂଗ୍ରେସ୍ ଏବଂ ବିଜେପିକୁ ପରାସ୍ତ କରି ଏକ ନୂଆ ଇତିହାସ ସୃଷ୍ଟି କରିଛି ଆପ୍‌। ପ୍ରଥମଥର ପାଇଁ ଦିଲ୍ଲୀ ବାହାରେ କୌଣସି ରାଜ୍ୟର କ୍ଷମତା ହାତେଇଛି ଆପ୍‌। ପଞ୍ଜାବର ମୋଟ ୧୧୭ ଆସନରୁ ୯୨ଟି ଆସନରେ ବିଜୟ ଲାଭ କରିଥିଲା ଆମ୍ ଆଦମୀ ପାର୍ଟି ।

 

Leave A Reply

Your email address will not be published.