ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦୁଇ କିନ୍ନର ଗୋଷ୍ଠୀ ମୁହାଁମୁହିଁ: ୫ ଗୁରୁତର, ନାକେଦମ ହେଲା ପୁଲିସ

ଭଦ୍ରକ: ଭଦ୍ରକରେ ଦୁଇ  କିନ୍ନର ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ରାତି ଅଧରେ ହୋଟେଲରେ ପଶି ମାରପିଟ ହେବସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଏହି ଆକ୍ରମଣରେ ଦୁଇ ଗୋଷ୍ଠୀର ୫ ଜଣ ଗୁରୁତର ହୋଇଛନ୍ତି । ଘଟଣାକୁ ନେଇ ପୁଲିସକୁ ନାକେଦମ ହେବାକୁ ପଡ଼ିଛି ।

ସୂଚନା ଅନୁଯାୟୀ, କୌଣସି କାରଣକୁ ନେଇ ଗୋଟିଏ ଗୋଷ୍ଠୀର କିନ୍ନରମାନେ ଅନ୍ୟ କେତେକ କିନ୍ନରଙ୍କୁ ଆକ୍ରମଣ କରିଥିଲେ । ଏହାପରେ ଅପହରଣ ନେଇ ଭଦ୍ରକ ଟାଉନ୍ ଥାନାରେ ଗୋଟିଏ ଗୋଷ୍ଠୀ ଏତଲା ଦେବା ପରେ ପୋଲିସ ୪ ଜଣ କିନ୍ନରଙ୍କୁ ଥାନାରେ ଅଟକ ରଖିଥିଲା । ଯାହାକୁ ଅପର ଗୋଷ୍ଠୀର କିନ୍ନରମାନେ ବିରୋଧ କରିଥିଲେ ।

ତେବେ ଏହି ମାମଲାର ସମାଧାନ ପାଇଁ ଟାଉନ ଥାନାରେ ଗୋଟିଏ ପକ୍ଷ ରାଜି ହୋଇଥିବା ବେଳେ, ଆଉ ଏକ ଗୋଷ୍ଠୀ ହୋଟେଲକୁ ଯାଇ ଅନ୍ୟମାନଙ୍କୁ ଆକ୍ରମଣ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଥିଲେ । ଆକ୍ରମଣରେ ଉଭୟ ଗୋଷ୍ଠୀର ୫ ଜଣ ଗୁରୁତର ଭାବେ ଆହତ ହୋଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଭଦ୍ରକ ପୁଲିସ ହୋଟେଲରେ ପହଞ୍ଚି କିନ୍ନରଙ୍କୁ ଘଉଡ଼ାଇବା ପାଇଁ ଫ୍ଲାଗମାର୍ଚ୍ଚ କରିଛି ।

Leave A Reply

Your email address will not be published.