ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଜେଡି ଭଦ୍ରକ ଜିଲ୍ଲା କମିଟି ପୁନର୍ଗଠିତ, ଜଗନ୍ନାଥ ସ୍ୱାଇଁ ହେଲେ ଜିଲ୍ଲା ସଭାପତି

ଭଦ୍ରକ: ଆଜି ବିଜୁ ଜନତା ଦଳ ଭଦ୍ରକ ଜିଲ୍ଲାର ନୂତନ କମିଟି ଘୋଷଣା କରିଛି । ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଆଜି ଭଦ୍ରକ ଜିଲ୍ଲା ବିଜେଡ଼ିର ନୂତନ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ନୂତନ ଜିଲ୍ଲା ସଭାପତି ଭାବେ ଜଗନ୍ନାଥ ସ୍ୱାଇଁ ମନୋନୀତ ହୋଇଛନ୍ତି ।

ସେହିପରି ନୂତନ କମିଟିରେ ୮ ଜଣ ଉପସଭାପତି ରହିଥିବାବେଳେ ୧୩ ଜଣଙ୍କୁ ସାଧାରଣ ସଂପାଦକ ତାଲିକାରେ ରଖାଯାଇଛି । ଅନ୍ୟପଟେ ୬ ଜଣଙ୍କୁ ସଂପାଦକ ଭାବେ ମନୋନୀତ କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ।

ଭାନୁ ପ୍ରକାଶ ପଲ୍ଲାଇ, ବିଜୟ କୁମାର ଖଟୁଆ, ଏସ.କେ ଆୟୁବ ଖାନ. ଯୋଗେନ୍ଦ୍ର ପ୍ରସାଦ ସାହୁ, ପର୍ଶୁରାମ ପଣ୍ଡା ଏବଂ ପ୍ରଦୀପ କୁମାର ପଣ୍ଡା ସଂପାଦକ ଭାବେ ନିଯୁକ୍ତ ପାଇଛନ୍ତି । ଭଦ୍ରକ ବିଜେଡ଼ିର ନୂତନ ଟିମ ଘୋଷଣା ନେଇ ବିଜେଡ଼ି ପକ୍ଷରୁ ପ୍ରେସ ବାର୍ତ୍ତା ମାଧ୍ୟମରେ ସୂଚନା ଦିଆଯାଇଛି ।

Leave A Reply

Your email address will not be published.