ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କୌନ ବନେଗା କୋରଡ଼ପତିରେ ଭଦ୍ରକ ସହକାରୀ ଡାକ ଅଧିକ୍ଷକ

ଭଦ୍ରକ : କୌନ ବନେଗା କୋରଡ଼ପତି ହଟ ସିଟ ରେ ଭଦ୍ରକ ସହକାରୀ ଡାକ ଅଧିକ୍ଷକ. ସୋନି ଟିଭି ଚ୍ୟାନେଲ ରେ ପ୍ରସାରିତ କୌନ ବନେଗା କୋରଡ଼ପତି ରେ ଅଂଶଗ୍ରହଣ କରି ନିଜେ ଗର୍ବ ଅନୁଭବ କରିଛନ୍ତି ଭଦ୍ରକ ପୋଷ୍ଟାଲ ଡିଭିଜନର ସହ ପରିଚାଳକ ଜ୍ୟୋତିର୍ମୟ ମଲ୍ଲିକ । ଗତକାଲି ପ୍ରସାରିତ ଏପିସୋଡ଼ରେ ପ୍ରଶ୍ନର ଉତ୍ତର ଦେଇ ୮୦ ହଜାର ଟଙ୍କାର ପୁରସ୍କାର ରାଶି ଜିତିଥିବା ଜଣାପଡ଼ିଛି। ଆଜି ପୁଣି ଆଗାମୀ ରାଉଣ୍ଡକୁ ଯିବା ପାଇଁ ପ୍ରଶ୍ନର ଉତ୍ତର ରଖିବେ।

ଶ୍ରୀମତୀ ମଲ୍ଲିକଙ୍କ ଘର କଟକ ବଡ଼ମ୍ବା ଅଞ୍ଚଳର। ତାଙ୍କ ସ୍ଵାମୀ ପରମାନନ୍ଦ କଣ୍ଠ ମଧ୍ୟ ଭଦ୍ରକ ପୋଷ୍ଟାଲ ଡିଭିଜନର ଆସିଷ୍ଟାଣ୍ଟ ସୁପରିଟେଣ୍ଡ। ସ୍ବାମୀଙ୍କ ଘର ବିହାର ଦରଭଙ୍ଗା ଜିଲ୍ଲାରେ। ଶ୍ରୀମତି ମଲ୍ଲିକ ଏବେ ଭଦ୍ରକ ପୋଷ୍ଟାଲ ଡିଭିଜନରେ କାର୍ଯ୍ୟରତ ଥିବା ବେଳେ, ଶ୍ରୀମତୀ ମଲ୍ଲିକ ଛାତ୍ର ଜୀବନରୁ ମେଧାବୀ ଥିବାରୁ ବିଭିନ୍ନ କୁଇଜ ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ଦେଖିବା ତାଙ୍କର ହବି ଥିଲା। ଏହା ଛଡ଼ା ସାଧରଣ ଜ୍ଞାନ ସମ୍ବଳିତ ପୁସ୍ତକ ପତ୍ର ପତ୍ରିକା ପଢିବାକୁ ସେ ଭଲ ପାଆନ୍ତି । ସାକ୍ଷାତ ସମୟରେ ଶ୍ରୀମତୀ ମଲ୍ଲିକ କହିଥିଲେ ଯେ କେବିସି ହଟସିଟରେ ବସିବା ପାଇଁ ତାଙ୍କୁ ବିଭିନ୍ନ ପର୍ଯ୍ୟାୟର ସମ୍ମୁଖୀନ ହେବାକୁ ପଡ଼ିଥିଲା ।

ପ୍ରଥମେ କଲିକତାରେ ଅନୁଷ୍ଠିତ ଅଡିସନରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ପ୍ରତିଦ୍ଵନ୍ଦୀ ଥିଲେ । ପ୍ରଥମ ପର୍ଯ୍ୟାୟରେ ଲିଖିତ ପରୀକ୍ଷା, ଆତ୍ମ ସମୀକ୍ଷା କରାଯିବା ପରେ ଭିଡିଓ ରାଉଣ୍ଡ କରାଯାଇଥିଲା। ଶେଷ ପର୍ଯ୍ୟାୟରେ ପେନାଲ ରାଉଣ୍ଡ ହୋଇଥିଲା । ଗତ ଜୁଲାଇ ୧୮ ତାରିଖରେ ତାଙ୍କୁ ଫୋନ କଲ ଆସିଥିଲା। ଗତ ୪ ଓ ୭ ତାରିଖରେ ଯୋଗ ଦେବା ପାଇଁ କୁହାଯାଇଥିଲା। ଡାକରା ପାଇବା ପରେ ସେ ତାଙ୍କ ସ୍ବାମୀଙ୍କ ସହ ବମ୍ବେ ଯାଇ କେବିସିରେ ଅଂଶ ଗ୍ରହଣ କରିଥିଲେ।

ଇଶ୍ୱରଙ୍କ ଆଶୀର୍ବାଦରୁ ହଟସିଟ ବସିବାର ସୁଯୋଗ ପାଇଛି । ବିନା ଆଶାରେ ସେ ଅଂଶଗ୍ରହଣ କରି ବିଗ ବି ଅମିତା ବଚ୍ଚନଙ୍କ ସହ ସାକ୍ଷାତ ହେବା ତାଙ୍କ ପାଇଁ ଗୌରବର ବିଷୟ ବୋଲି ସେ ପ୍ରକାଶ କରିଛନ୍ତି। ଓଡ଼ିଶାରୁ ପ୍ରତିନିଧୀତ୍ବ କରିଥିବାରୁ ନିଜକୁ ଗୌରବାନ୍ଵିତ ମନେ କରିଛନ୍ତି। ତାଙ୍କର ଏହି କାର୍ଯ୍ୟକ୍ରମ ପଛରେ ସ୍ବାମୀ ଓ ପରିବାର ବର୍ଗଙ୍କ ସମର୍ଥନ ଓ ସହଯୋଗ ରହିଛି। ଏହି ସୁଯୋଗ ପାଇଥିବାରୁ ଭଦ୍ରକ ଡାକ ମଣ୍ଡଳ ସହ ଓଡିଶା ପୋଷ୍ଟାଲ ଡିଭିଜନର ସମସ୍ତ ସହକର୍ମୀଙ୍କୁ ଶ୍ରୀମତି ମଲ୍ଲିକ ଶ୍ରେୟ ଦେଇଛନ୍ତି । ପୁରସ୍କାର ଜିତିବା ଯେତେ ଖୁସି ଦେଇନାହିଁ,ମୁଖ୍ୟତଃ ଆମର ସୁପରଷ୍ଟାର ଅମିତାଭ ବଚନ ଙ୍କ ସହ ହଟ ସିଟ ରେ ବସିଥିବାରୁ ବହୁ ଆନନ୍ଦିତ ଓ ଗର୍ବିତ ବୋଲି ଜ୍ୟୋତିର୍ମୟୀ ମଲ୍ଲିକ କହିଛନ୍ତି ।

Leave A Reply

Your email address will not be published.