ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସ୍ପେନ୍‌ରେ ଅନ୍ତର୍ଜାତୀୟ ମହିଳା ଉଦ୍ୟୋଗୀ ସମାବେଶ,ରଶ୍ମି ସାହୁଙ୍କୁ ଶ୍ରେଷ୍ଠ ମହିଳା ଉଦ୍ୟୋଗୀ ପୁରସ୍କାର

କଟକ: କଟକସ୍ଥିତ ବିଶେଶ୍ୱର ଫୁଡ୍ସ (ଫାର୍ମ-ବି) ଉଦ୍ୟୋଗର ପ୍ରତିଷ୍ଠାତା ଓ ନିର୍ଦ୍ଦେଶିକା ରଶ୍ମି ସାହୁଙ୍କୁ ଚଳିତବର୍ଷର ସମ୍ମାନଜନକ ଶ୍ରେଷ୍ଠ ମହିଳା ଉଦ୍ୟୋଗୀ ସମ୍ମାନ ପ୍ରଦାନ କରାଯାଇଛି। ସ୍ପେନର ମାଦ୍ରିଦ୍‍ଠାରେ ଆଇଡବ୍ଲ୍ୟୁଇସି ଫାଉଣ୍ଡେସନ୍‍ ଦ୍ୱାରା ଆୟୋଜିତ ଅନ୍ତର୍ଜାତୀୟ ମହିଳା ଉଦ୍ୟୋଗୀ ସମାବେଶ- ୨୦୨୨ରେ ଓଡ଼ିଶାର ଏକମାତ୍ର ସଫଳ ମହିଳା ଉଦ୍ୟୋଗୀଭାବେ ପ୍ରତିନିଧିତ୍ୱ କରିଥିଲେ। ପ୍ରତିଭାବାନ ମହିଳା ଉଦ୍ୟୋଗୀଙ୍କୁ ନେଇ ସ୍ପେନରେ ଆୟୋଜିତ ହୋଇଥିବା ଏହି ସମାବେଶରେ ସମଗ୍ର ଭାରତରୁ ମାତ୍ର ୩ଜଣ ମହିଳା ଉଦ୍ୟୋଗୀ ସୁଯୋଗ ପାଇଥିବା ବେଳେ ଓଡ଼ିଶାର ଏକମାତ୍ର ମହିଳା ଉଦ୍ୟୋଗୀ ଭାବେ ଶ୍ରୀମତୀ ରଶ୍ମି ସାହୁ ଯୋଗ୍ୟ ବିବେଚିତ ହୋଇଥିଲେ।

ଓଡ଼ିଶାରେ ଜନ୍ମିତ ଶ୍ରୀମତୀ ସାହୁ ବିଭିନ୍ନ ଦେଶ ଭ୍ରମଣକରି ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଫୁଡ୍‌ ପ୍ୟାକେଜିଂ କ୍ଷେତ୍ରରେ ବେଶ୍‌ ଅଭିଜ୍ଞତା ଅର୍ଜନ କରିଛନ୍ତି। ଇଟାଲୀ ଓ ସ୍ୱିଜରଲ୍ୟାଣ୍ଡର ପ୍ରଯୁକ୍ତି ବିଦ୍ୟାକୁ ପାଥେୟ କରି କଟକର ଖପୁରିଆ ଠାରେ ଫାର୍ମ-ବି ଉଦ୍ୟୋଗ ମାଧ୍ୟମରେ ବିଭିନ୍ନ ପ୍ରକାର କୃଷିଭିତ୍ତିକ ଓ ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ୟ ଓଟ୍ସ, କର୍ଣ୍ଣଫ୍ଲେକ୍ସ, ମ୍ୟୁସେଲି, ଚକୋଚିପ୍ସ, ଗ୍ଲ୍ୟୁଟିନ୍‍ ଫ୍ରି ଅଟା, କୁକିଜ୍‍ ଆଦି ପ୍ରସ୍ତୁତ କରିପାରୁଛନ୍ତି। ଓଡ଼ିଶାର ଘରେ ଘରେ ପରିଚିତ ରୁଚି ଉଦ୍ୟୋଗ ଅଧୀନସ୍ଥ ଫ୍ରୋଜିଟ୍‍ର ମଧ୍ୟ ପ୍ରତିଷ୍ଠାତା ହେଉଛନ୍ତି ଶ୍ରୀମତୀ ସାହୁ। ଫ୍ରୋଜିଟ୍‍ ଓଡ଼ିଶାର ପ୍ରଥମ ଫ୍ରୋଜନ୍‍ ଫୁଡ୍ସ ଉଦ୍ୟୋଗ ହୋଇଥିବା ବେଳେ ଶ୍ରୀମତୀ ସାହୁ ଫ୍ରୋଜିଟ୍‍ ମାଧ୍ୟମରେ ବିଭିନ୍ନ ପ୍ରକାର ଯୁଗୋପଯୋଗୀ ରେଡି-ଟୁ-ଇଟ୍‍, ରେଡ଼ି-ଟୁ-କୁକ୍‍, ପ୍ରିମିୟମ୍‍, ମୃଦ୍ୟୁପାନୀୟ ଓ ସ୍ୱାସ୍ଥ୍ୟପଯୋଗୀ ଖାଦ୍ୟ (ଚୁଡ଼ା ପାଉଡ଼ର, ସତୁ, ଦଲିଆ, ମାଣ୍ଡିଆ ଇତ୍ୟାଦି) ପ୍ରସ୍ତୁତ କରିପାରିଛନ୍ତି। ଏହି ସମସ୍ତ ଖାଦ୍ୟ ପଦାର୍ଥ ଓଡ଼ିଶା ଓ ରାଜ୍ୟ ବାହାରେ ବେଶ୍‍ ଗ୍ରହଣୀୟ ଓ ଲୋକାଦୃତ ହୋଇପାରିଛି। ଏହାଛଡ଼ା ଓଡ଼ିଶାର ପାରମ୍ପରିକ ପିଠା (ପୋଡ଼ପିଠା) ଓ କ୍ଷିରିକୁ ସ୍ୱତନ୍ତ୍ର ପ୍ୟାକେଜିଂ ମାଧ୍ୟମରେ ଫ୍ରୋଜିଟ୍‍ ଦେଶବିଦେଶରେ ଖାଉଟିମାନଙ୍କୁ ପରଷିବାରେ ସଫଳ ହୋଇପାରିଛି।

ଓଡ଼ିଶାର ୧ନଂ ମସଲାଉଦ୍ୟୋଗ ତଥା ପୂର୍ବଭାରତର ଅଗ୍ରଣୀ ଖାଦ୍ୟ ଉତ୍ପାଦନକାରୀ ଉଦ୍ୟୋଗ ରୁଚି ଫୁଡ୍‌ଲାଇନର ପ୍ରତିଷ୍ଠାତା, ପରିଚାଳନା ନିର୍ଦ୍ଦେଶକ ତଥା ବିଶିଷ୍ଟ ଉଦ୍ୟୋଗପତି ଡ..ଶରତ କୁମାର ସାହୁଙ୍କ ସୁକନ୍ୟା ହେଉଛନ୍ତି ଶ୍ରୀମତୀ ରଶ୍ମି ସାହୁ। ଜଣେ ସଫଳ ପିତାଙ୍କର ପଦାଙ୍କ ଅନୁସରଣ କରି ଶ୍ରୀମତୀ ସାହୁ ଖୁବ୍‍ କମ୍‍ ବୟସରେ ସ୍ୱଳ୍ପ ସମୟ ମଧ୍ୟରେ ଓଡ଼ିଶାର ଜଣେ ସୁପ୍ରତିଷ୍ଠା ମହିଳା ଉଦ୍ୟୋଗୀର ପରିଚୟ ଲାଭ କରିପାରିଛନ୍ତି। ସେ ଓଡ଼ିଶା, ଛତିଶଗଡ଼, ବିହାର, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ଉ³ରପ୍ରଦେଶ, ଦିଲ୍ଲୀ, ପଶ୍ଚିମବଙ୍ଗ, ଆସାମ ଆଦି ରାଜ୍ୟରେ ନିଜର ବ୍ୟବସାୟିକ ସାମ୍ରାଜ୍ୟ ବିସ୍ତାର କରିପାରିଥିବା ବେଳେ ନିକଟ ଅତୀତରେ ଦୁବାଇ ଓ ଆବୁଧାବିରେ ମଧ୍ୟ ବ୍ୟବସାୟିକ ସାମ୍ରାଜ୍ୟ ଆରମ୍ଭ କରିପାରିଛନ୍ତି। ଏହି ପୁରସ୍କାର ତାଙ୍କୁ ଆଗକୁ ବଢ଼ିବାରେ ନିଶ୍ଚୟ ପ୍ରେରଣା ଯୋଗାଇବା ସହ ଅନ୍ତର୍ଜାତୀୟ ବଜାରରେ ଫାର୍ମ-ବି, ଫ୍ରୋଜିଟ୍‍ ଓ ରୁଚିର ମାନକୁ ଆହୁର ବୃଦ୍ଧି କରିପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଏହି ଅର୍ନ୍ତଜାତୀୟ ପୁରସ୍କାରକୁ ସେ ସାରା ଓଡ଼ିଶାବାସୀ ଓ ତାଙ୍କର ସହକର୍ମୀମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି।

Leave A Reply

Your email address will not be published.