ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଂଶପାଳ ବିଇଓ ଅଫିସର କିରାଣି, ଏକକାଳୀନ ୫ ସ୍ଥାନରେ ଚଢାଉ ଜାରି

ତେଲକୋଇ/ କେନ୍ଦୁଝର: ଭିଜିଲାନ୍ସ ଜାଲରେ କେନ୍ଦୁଝରର ବାଂଶପାଳ ବ୍ଳକ ବିଇଓ ଅଫିସର କନିଷ୍ଠ କିରାଣି ।  ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଂଶପାଳ ବ୍ଳକ ବିଇଓ ଅଫିସର କନିଷ୍ଠ କିରାଣି ଗଙ୍ଗାଧର ସାହୁଙ୍କ ସରକାରୀ ବାସଭବନ ସମେତ ୫ ଜାଗାରେ ଭିଜିଲାନ୍ସ ଚଢାଉ ଜାରି ରହିଛି । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ପରେ କେନ୍ଦୁଝର ସ୍ଵତନ୍ତ୍ର ଭିଜିଲାନ୍ସ ଜଜଙ୍କ ନିର୍ଦ୍ଦେଶକ୍ରମେ ତାଙ୍କର ବଂଶପାଳ ଅଫିସ , କେନ୍ଦୁଝର ସ୍ଥିତ ସରକାରୀ ବାସଭବନ, ଭାଲୁକିପାତାଳା ସ୍ଥିତ ତିନି ମହଳା ଘର ଓ ତେଲକୋଇ ତାଳପଦାସ୍ଥିତ ପୌତୃକଘର,ସ୍ରସ୍ପିଶିରେ ଥିବା ସ୍ୱଶୁର ଘରେ ଏକ କାଳିନ ଚଢାଉ ଜାରି ରହିଛି । ଏହି ଚଢାଉ ରେ ବାଲେଶ୍ଵର ଭିଜିଲାନ୍ସ ଏସପି ନରହରି ନାୟକଙ୍କ ନେତୃତ୍ୱରେ ୩ ଜଣ ଡିଏସପି , ୭ ଜଣ ଇନସ୍ପେକ୍ଟର , ୨ ଏ ଏସଆଇ ଓ ୯ ଜଣ କନଷ୍ଟେବଳ ସାମିଲ ହୋଇଛନ୍ତି ।

Leave A Reply

Your email address will not be published.