ବେଙ୍ଗାଲୁରୁ ଟେଷ୍ଟ : ଶ୍ରୀଲଙ୍କାକୁ ୨୩୮ ରନରେ ହରାଇ ସିରିଜ୍‌ କ୍ଲିନସୁଇପ କଲା ଭାରତ

ବେଙ୍ଗାଲୁରୁ : ବେଙ୍ଗାଲୁରୁ ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଚାଲିଥିବା ୨ୟ ଟେଷ୍ଟରେ ଭାରତ ବଡ ବିଜୟ। ୨୩୮ ରନରେ ଶ୍ରୀଲଙ୍କା ବିପକ୍ଷରେ ଭାରତ ବିଜୟ ହାସଲ କରିଛି। ଫଳରେ ୨ ଟିକିଆ ସିରିଜ୍‌କୁ କ୍ଲିନସୁଇପ କରିଛି ଭାରତ।


ଭାରତ ନିଜର ପ୍ରଥମ ଇନିଂସରେ ୨୫୨ ରନ କରିଥିବାବେଳେ ଶ୍ରୀଲଙ୍କା ନିଜର ପ୍ରଥମ ଇନିଂସରେ ମାତ୍ର ୧୦୯ ରନ କରିଥିଲା । ଭାରତ ନିଜର ୨ୟ ଇନିଂସରେ ୩୦୩ ରନ କରି ଇନିଂସ ସମାପ୍ତି ଘୋଷଣା କରିଥିଲା । ଶ୍ରୀଲଙ୍କା ନିଜର ୨ୟ ଇନିଂସରେ ପୁଣି ଥରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦ୍ୱିତୀୟ ଇନିଂସରେ ଶ୍ରୀଲଙ୍କା ଅଧିନାୟକ ଦିମୁତ କରୁଣାରତ୍ନେ ଲଢ଼େଇ କରି ଶତକ ହାସଲ କରିଥିଲେ। ତେବେ ତାଙ୍କ ଶତକ ସତ୍ତ୍ୱେ ଶ୍ରୀଲଙ୍କା ମ୍ୟାଚ୍‌ ବଞ୍ଚାଇବାକୁ ସକ୍ଷମ ହୋଇପାରିଲାନି। ଦଳ ମାତ୍ର ୨୦୮ ରନରେ ଅଲଆଉଟ ହୋଇଯାଇଥିଲା।

ଦ୍ୱିତୀୟ ଇନିଂସରେ ଭାରତ ପକ୍ଷରୁ ରବି ଅଶ୍ୱିନ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ବୁମ୍ରା ୩ଟି, ଅକ୍ଷର ପଟେଲ ୨ ଓ ରବୀନ୍ଦ୍ର ଜାଡେଜା ଗୋଟିଏ ସଫଳତା ପାଇଛନ୍ତି।

 

Leave a comment